ଚେନ୍ନାଇ:ତାମିଲନାଡ଼ୁରେ ଡିଏମକେ କର୍ମୀଙ୍କୁ ବିଜୟ ଉତ୍ସବ ପାଳିବାକୁ ରୋକି ପାରିଲେ ନାହିଁ ପୋଲିସ । ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ । ବିଜୟ ପରେ ପ୍ରସେସନ, ରାଲି ବା କୌଣସି ପ୍ରକାର ବିଜୟ ଉତ୍ସବ ପାଳନ କରିବା ଉପରେ କଟକଣା ଜାରି କରିଥିଲେ ନିର୍ବାଚନ କମିଶନ। ଏଥିରେ ଖିଲାପ କଲେ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ନିର୍ଦ୍ଦେଶ ରହିଥିଲା ।
ତେବେ ନିର୍ବାଚନ କମିଶନରଙ୍କ ଏହି ନିର୍ଦ୍ଦେଶକୁ ଖାତିର କରି ନଥିଲେ ଡିଏମକେ ଦଳୀୟ କର୍ମୀ । ଗୁରୁତ୍ବପୂର୍ଣ୍ଣ ବା ସମ୍ବେଦନଶୀଳ ବିଧାନସଭା ଆସନରେ ବିଜୟୀ ହୋଇଥିଲା ଡିଏମକେ। ଏହାପରେ ନିର୍ବାଚନ କମିଶନ ନିର୍ଦ୍ଦେଶକୁ ଖିଲାପ କରି ଚେନ୍ନାଇରେ ଥିବା ଡିଏମକେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକତ୍ରୀତ ହେବା ସହ ବାଣ ଫୁଟାଇ ଖୁସି ମନାଇଥିଲେ । ଏହାକୁ ତାଗିଦ କରିଛନ୍ତି ନିର୍ବାଚନ କମିଶନ ।