ରାଞ୍ଚି:ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବହୁ ଚର୍ଚ୍ଚିତ ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ମେ 10 ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି ।
ମୁଖ୍ୟମନ୍ତ୍ରୀ ନିଜକୁ ପଥର ଖଣି ଖନନ ଲିଜ୍ ବଣ୍ଟନ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ନିର୍ବାଚନ ଆୟୋଗ । ଏହି ପ୍ରସଙ୍ଗରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ଜାରି ହୋଇଥିବା ନୋଟିସରେ କହିଛନ୍ତି । ଏହାର ଉତ୍ତର ରଖିବାକୁ ଆସନ୍ତା 10 ମେ ଯାଏ ସମୟ ଦେଇଛନ୍ତି । ନୋଟିସରେ ଉଲ୍ଲେଖ ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟଟି ଆରପି ଆକ୍ଟ ଧାରା 9A ଉଲ୍ଲଂଘନ କରୁଥିବା ଦେଖାଯାଉଛି । ଏହା ଜନ ପ୍ରତିନିଧୀଙ୍କ ଅଯୋଗ୍ୟତା ସହ ସମାନ।ଗତ ମାସରେ ନିର୍ବାଚନ ଆୟୋଗ ଖଣି ଲିଜ୍ ଆବଣ୍ଟନ ମାମଲାରେ ଝାଡ଼ଖଣ୍ଡର ମୁଖ୍ୟ ସଚିବଙ୍କଠାରୁ ସାର୍ଟିଫିକେଟ୍ ଦଲିଲ ମାଗିଥିଲେ । ଯେଉଁଥିରେ ମୁଖ୍ୟ ଶାସନ ସଚିବ କମିଶନଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ରିପୋର୍ଟ ପଠାଇଥିଲେ ।