ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗର 3 ପୋଲିସ ଅଫିସରଙ୍କୁ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ

ପଶ୍ଚିମବଙ୍ଗର 3 ପୋଲିସ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଲା ନିର୍ବାଚନ କମିଶନ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାରକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

By

Published : Apr 4, 2021, 11:19 AM IST

EC directs transfer of 3 police officers in West Bengal
ପଶ୍ଚିମବଙ୍ଗର 3 ପୋଲିସ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଲା ନିର୍ବାଚନ କମିସନ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗର 3 ପୋଲିସ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଲା ନିର୍ବାଚନ କମିଶନ ।ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାର ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ କମିଶନ ନିର୍ଦ୍ଦେଶ ଅନୁସାରେ ବଦଳି ହୋଇଥିବା ପୋଲିସ ଅଫିସରମାନେ ହେଲେ ଆଳିପୁରଦୁଆର ଅମିତାଭ ମାଇତି,ହୁଗୁଳିର ଡିଏସପି ତଥାଗତ ବାସୁ, ଡାଇମଣ୍ଡ ହାରବୋରର ଅତିରିକ୍ତ ଏସପି ମିଥୁନ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିସନ ପଶ୍ଚିମବଙ୍ଗ ସରକାରର ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି । ରାଜ୍ୟରେ ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ସହ ସମ୍ବେଦନଶୀଳ ବୁଥକୁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପଶ୍ଚିମବଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି । ମାର୍ଚ୍ଚ 27ରୁ ଅପ୍ରେଲ 29 ମଧ୍ୟରେ ମଧ୍ୟରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପଶ୍ଚିମବଙ୍ଗର 294 ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଦୁଇଟି ପର୍ଯ୍ୟାୟରେ 60ଟି ଆସନରେ ମତଦାନ ଶେଷ ହୋଇଛି । ଆସନ୍ତା ଅପ୍ରେଲ 6 ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ 2ରେ ଫଳାଫଳ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details