ଓଡିଶା

odisha

ETV Bharat / bharat

ରାଫେଲ ଉଡାଇଲେ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ - ରାଫେଲ ଉଡାଇଲେ ଏୟାର ମାର୍ଶଲ ଡିକେ ପଟ୍ଟନାୟକ

ଇଷ୍ଟର୍ଣ୍ଣ ଏୟାର କମାଣ୍ଡ (Eastern Air Command) ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ(Air Marshal Dilip Kumar Patnaik ) ଉଡାଇଲେ ରାଫେଲ ଫାଇଟର ଜେଟ । ଅଧିକ ପଢନ୍ତୁ

ଦିଲ୍ଲୀପ ପଟ୍ଟନାୟକ
ଦିଲ୍ଲୀପ ପଟ୍ଟନାୟକ

By

Published : May 24, 2022, 8:12 PM IST

ହାଇଦ୍ରାବାଦ: ଇଷ୍ଟର୍ଣ୍ଣ ଏୟାର କମାଣ୍ଡ (Eastern Air Command) ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ(Air Marshal Dilip Kumar Patnaik ) ଉଡାଇଲେ ରାଫେଲ ଫାଇଟର ଜେଟ ।

ଗତକାଲି (ସୋମବାର) ପଶ୍ଚିମବଙ୍ଗ ସ୍ଥିତ ହାସିମାରା ଏୟାରବେସରୁ ଉଡାଇଲେ ରାଫେଲ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବାୟୁସେନା କହିଛି, ହାସିମାରା ଏୟାରବେସରୁ ପୂ୍ର୍ବାଞ୍ଚଳର ସୁରକ୍ଷା ନେଇ ରାଫେଲ ସ୍କାର୍ଡନ ମୁତୟନ କରାଯିବା ସହ ପ୍ରସ୍ତୁତି ଜାରି ରହିଛି । ଯାହାର ଏକ ଅଂଶ ବିଶେଷ ସ୍ବରୂପ ଇଷ୍ଟର୍ଣ୍ଣ କାମାଣ୍ଡ ମୁଖ୍ୟ ରାଫେଲ ଉଡାଣ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାକୁ 36ରୁ ମୋଟ 35 ରାଫେଲ ଯୁଦ୍ଧ ଫାଇଟର ମିଳିସାରିଛି । ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ 2016 ରେ ଫ୍ରାନ୍ସରୁ 36 ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ଆଣିବା ପାଇଁ ଚୁକ୍ତି କରିଥିଲେ । ଫଳରେ 29 ଜୁଲାଇ 2020 ରେ ଭାରତକୁ ମିଳିଥିଲା ପ୍ରଥମ ବ୍ୟାଚ ରାଫେଲ ଯୁଦ୍ଧ ବିମାନ । ମୋଟ 36 ରାଫେଲ ବିମାନରୁ 6 ଟି ପ୍ରଶିକ୍ଷଣ ପାଇଁ ବ୍ୟବହାର ହେବାକୁ ଥିବା ବେଳେ, ଅବଶିଷ୍ଟ ଅପରେସନରେ ସାମିଲ ହେବ ।

ରାଫେଲର ପ୍ରଥମ ସ୍କ୍ବାର୍ଡନ ଅମ୍ବାଲା ଏୟାରବେଶରେ ମୁତୟନ ହୋଇଥିବା ବେଳେ, ଦ୍ବିତୀୟ ସ୍କ୍ବାର୍ଡନ ପଶ୍ଚିମବଙ୍ଗ ହାସିମାରା ଏୟାରବେଶରେ ମୁତୟନ କରାଯାଇଛି । ତେବେ ଗୁରୁତ୍ବପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡରୁ ପୁରା ଦେଶର ପୂର୍ବାଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ବାୟୁସେନା ଯୋଜନା କରିଛି । ଏଥିପାଇଁ ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନର ଯେକୌଣସି ଯୋଜନାକୁ ପଣ୍ଡ କରିବା ପାଇଁ ବାୟୁସେନା ସ୍ବତନ୍ତ୍ର ଯୋଜନା କରୁଛି । ଏଥିପାଇଁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ କମାଣ୍ଡ ହାସିମାରା ଏୟାରବେସରେ ଏକତ୍ରିତ ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

@ANI

For All Latest Updates

ABOUT THE AUTHOR

...view details