ନୂଆଦିଲ୍ଲୀ: ଆଜି ପବିତ୍ର ଇଷ୍ଟର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ''ସମସ୍ତଙ୍କୁ ଇଷ୍ଟର ଶୁଭେଚ୍ଛା। ଯୀଶୁଙ୍କ ପୁନରୁତ୍ଥାନ ପାଇଁ ସମଗ୍ର ବିଶ୍ୱରେ ଏହାକୁ ପାଳନ କରାଯାଏ । ଯାହା ଆମକୁ ସୁଖ ପ୍ରଦାନ କରେ। ଏହାସହ ଯୀଶୁଙ୍କ ଶିକ୍ଷା ସମାଜରେ ପରସ୍ପର ମଧ୍ୟରେ ଥିବା ବନ୍ଧନକୁ ଦୃଢ କରିବା ସହିତ ପ୍ରେମ, ସ୍ନେହ, ସୌହାର୍ଦ୍ଦ୍ୟର ବନ୍ଧନକୁ ଦୃଢ କରୁ'' ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି।
ସେହିପରି ଏହି ଦିନ ଆମେ ଯୀଶୁଙ୍କ ଧାର୍ମିକ ଶିକ୍ଷାକୁ ସ୍ମରଣ କରୁ। ସାମାଜିକ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତି। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତ ମାନବ ପ୍ରତି ଦୟା ଭାବ ଦେଖାଇ ଏହି ଉତ୍ସବ ପାଳନ କରାଯିବା ଉଚିତ ବୋଲି କହିଛନ୍ତି।