ଓଡିଶା

odisha

ETV Bharat / bharat

ଭୂମିକମ୍ପରେ ଥରିଲା ଉତ୍ତର ଭାରତ, 5.4 ତୀବ୍ରତା ରେକର୍ଡ - ଭୂମିକମ୍ପ

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.7 ରେକର୍ଡ । ଅଧିକ ପଢନ୍ତୁ

earthquake tremors felt in north india
ଉତ୍ତରଭାରତରେ ଦିଲ୍ଲୀରେ ଭୂମିକମ୍ପ

By

Published : Jun 13, 2023, 2:25 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଲାଗିଛି । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ପଞ୍ଜାବ, ଚଣ୍ଡିଗଡ, ଜାମ୍ମୁ କାଶ୍ମୀରରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.7 ରେକର୍ଡ ହୋଇଛି । ଶ୍ରୀନଗର ଏବଂ ପଞ୍ଜାବର କିଛି ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀରେ ଭୂମିକମ୍ପ ତୀବ୍ରତା କମ ଥିଲା । ମାତ୍ର ଅନ୍ୟ କେତେକ ଅଞ୍ଚଳରେ ଅଧିକ ରହିଥିଲା । ଜାମ୍ମୁ କାଶ୍ମୀର କିଶବା଼ରେ 30 କିଲୋମିଟର ଦକ୍ଷିଣ ପୂର୍ବରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ରେକର୍ଡ ହୋଇଛି । ଭୂମିକମ୍ପ ନେଇ କୌଣସି କ୍ଷୟଯତିର ସୂଚନା ମିଳିନାହିଁ ।

ଏହା ବି ପଢନ୍ତୁ...ଜନ୍ମଦାତ୍ରୀକୁ ତଣ୍ଟି ଚିପି ହତ୍ୟା, ମୃତଦେହ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ

ସମୟ ପାଖାପାଖି 2ଟି 10ରେ ଅଚାନକ ସବୁକିଛି ଥରିବାକୁ ଲାଗିଥିଲା । କେହି କିଛି ବୁଝିବା ଆଗକୁ ଭୂମିକମ୍ପ ଝଟକା ଲାଗିଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ଜଣେ ବ୍ୟକ୍ତ କହିଛନ୍ତି ଭୂମିକମ୍ପରେ ପିଲାମାନେ ଭୟଭୀତ ହୋଇଯାଇଛନ୍ତି । ଦୋକାନରେ ଥିବା ଲୋକମାନେ ପଦାକୁ ଚାଲିଆସିଥିଲେ । ପୂର୍ବରୁ ଏକ ଭୂମିକମ୍ପ ହୋଇଥିଲା ମାତ୍ର ତୀବ୍ରତା ଅଧିକ ନଥିଲା । ଆଜିର ଭୂମିକମ୍ପକୁ ନେଇ ଲୋକ ଭୟଭୀତ ହୋଇଛନ୍ତି । ପ୍ରତିମାସରେ ଏହିପରି ଭୂମିକମ୍ପ ହେଉଥିବା କହିଛନ୍ତି ଜଣେ ଜମ୍ମୁକାଶ୍ମୀରବାସୀ ।

ଏହା ବି ପଢନ୍ତୁ....Manipur Violence: ଅଶାନ୍ତ ମଣିପୁର, ଜଣେ ମୃତ, 8 ଆହତ

ଜଣେ ବ୍ୟକ୍ତ କହିଛନ୍ତି ଭୂମିକମ୍ପରେ ପିଲାମାନେ ଭୟଭୀତ ହୋଇଯାଇଛନ୍ତି । ଦୋକାନରେ ଥିବା ଲୋକମାନେ ପଦାକୁ ଚାଲିଆସିଥିଲେ । ପୂର୍ବରୁ ଏକ ଭୂମିକମ୍ପ ହୋଇଥିଲା ମାତ୍ର ତୀବ୍ରତା ଅଧିକ ନଥିଲା । ଆଜିର ଭୂମିକମ୍ପକୁ ନେଇ ଲୋକ ଭୟଭୀତ ହୋଇଛନ୍ତି । ପ୍ରତିମାସରେ ଏହିପରି ଭୂମିକମ୍ପ ହେଉଥିବା କହିଛନ୍ତି ଜଣେ ଜମ୍ମୁକାଶ୍ମୀବାସୀ ।

ABOUT THE AUTHOR

...view details