ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୫୬ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍ରେ ଭୂକମ୍ପ ୧୧୭୬ କିଲୋମିଟର ବ୍ୟାପ୍ତି ଅନୁଭୁତ ହୋଇଥିଲା । ତେବେ ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଲୋକେ ଭୟଭୀତ ହୋଇ ଘର ଛାଡି ବାହାରକୁ ପଳାଇ ଆସିଥିଲେ । ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।