ଚଣ୍ଡିଗଡ଼:ମୃଦୁ ଭୂମିକମ୍ପରେ ଥରିଲା ହରିୟାଣା । ସକାଲୁ ସକାଳୁ ହରିୟାଣାରେ ଭୂକମ୍ପ ଝଟକା । ହରିୟାଣାର ସୋନିପଟ ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପର ତୀବ୍ରତା ୩.୦ ଥିବା ରେକର୍ଡ କରାଯାଇଛି । ଆଜି(ରବିବାର) ଭାରତୀୟ ସମୟ ସକାଳ ୪.୦୦ ମିନିଟରେ ହରିୟାଣାର ସୋନିପତରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଆଜି ହରିୟାଣାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୨୯.୧୫ ରହିଥିବା ବେଳେ ଏହାର ଦ୍ରାଘିମା ୭୬.୯୭ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । 3.୦୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।