ଡେରାଡୁନ: ଦେବଭୂମିରେ ଭୂକମ୍ପ ଝଟକା । ଉତ୍ତରାଖଣ୍ଡର ତେହରି ଗରୱାଲରେ ଭୂକମ୍ପ ଅନୁଭୂତ ହୋଇଛି (earthquake hits Tehri Garhwal) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଆକଳନ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ସୂଚନା ଦେଇଛି ।
ରାତି ପାଖିପାଖି ୨ଟା ବେଳକୁ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଲୋକେ ଭୟଭୀତ ଅଛନ୍ତି ।