ଓଡିଶା

odisha

ETV Bharat / bharat

ଭୂକମ୍ପରେ ଥରିଲା ସିକିମ୍-ହିମାଚଳ ପ୍ରଦେଶ - ସିକିମରେ ଭୂମିକମ୍ପ

ସିକିମ୍‌ ସମେତ ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା । ସିକିମ୍‌ରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସକାଳୁ ଭୂକମ୍ଫରେ ଥରିଲା ସିକିମ୍
ସକାଳୁ ଭୂକମ୍ଫରେ ଥରିଲା ସିକିମ୍

By

Published : Jan 5, 2022, 7:03 AM IST

Updated : Jan 5, 2022, 9:51 AM IST

ଗାଙ୍ଗଟକ:ସକାଳୁ ଥରିଲା ସିକିମ୍ । ସିକିମ୍ ରାଜ୍ୟର ରବଙ୍ଗଲାରେ ଆଜି(ବୁଧବାର) ସକାଳୁ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । National Center for Seismology (NCS)ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

NCS ଅନୁଯାୟୀ, ଆଜି ସକାଳ ପ୍ରାୟ ୩ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରବଙ୍ଗଲାଠାରୁ ୧୨ କିଲୋମିଟର ଉତ୍ତରରେ ଏହା ସଙ୍ଗଠିତ ହୋଇଥିବା ବେଳେ ଗଭୀରତା ୫ କିମି ରହିଥିଲା । ଏଥିରେ କାହାର କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି ।

ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟର ଚମ୍ବା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । National center for seismology ଅନୁଯାୟୀ, ମଙ୍ଗଳବାର ରାତି ୧୯ଟା ୪୭ ମିନିଟ୍ ସମୟରେ ଭୂମିକମ୍ପ ଆସିଥିଲା । ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।

@ANI

Last Updated : Jan 5, 2022, 9:51 AM IST

ABOUT THE AUTHOR

...view details