ମୁମ୍ବାଇ:ମୃଦୁଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ସକାଳୁ ସକାଳ ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ରର ହିଙ୍ଗୋଳି ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 3.5 ଥିବା ରେକର୍ଡ କରାଯାଇଛି । ଆଜି(ସୋମବାର) ଭାରତୀୟ ସମୟ ସକାଳ ୫.୦୯ ମିନିଟରେ ମହାରାଷ୍ଟ୍ରର ହିଙ୍ଗୋଳିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ- 4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ
ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । କେହି କିଛି ବୁଝିବା ଆଗରୁ ହଠାତ୍ ଭୂମିକମ୍ପ ଫଳରେ ଆତଙ୍କିତ ହୋଇ ପଡ଼ିଥିଲେ । କିଛି ଲୋକ ଭୟରେ ଘର ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ଭୂକମ୍ପର ଗଭୀରତା ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୧୯.୪୧ ରହିଥିବା ବେଳେ ଏହାର ଦ୍ରାଘିମା ୭୭.୩୪ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । 3.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।