ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା। ଆଜି ଭୋର 4ଟାରେ ଜାମ୍ମୁ-କାଶ୍ମୀରର ଗୁଲମାର୍ଗ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରହିଛି।
ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର - J-K's Gulmarg
ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କାଶ୍ମୀର ଗୁଲମାର୍ଗ ଅଞ୍ଚଳ। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରହିଛି । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା
ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ଅନୁସାରେ, ଅନୁଭୁତ ଭୂକମ୍ପ 3.5 ମ୍ୟାଗ୍ନିଚ୍ୟୁଡର 30କିଲୋମିଟର ଗଭୀରତାରେ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସେସ୍ମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଭୂକମ୍ପ ହେବା ପରେ ଲୋକେମାନେ ଭୟଭୀତ ହୋଇଯାଇଥିବା ଦେଖିବାକୁ ମିଳିଛି। କିଛି ଦିନ ହେବ ଦେଶର ଅନେକ ଅଞ୍ଚଳରେ ଲଗାତାର ଭୂକମ୍ପ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ