ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୂମିକମ୍ପ । 2.3 ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ରାଜଧାନୀ । ଅନୁଭୂତ ଭୂକମ୍ପର ଗଭୀରତା 5 କିଲୋମିଟର ରହିଥିଲା ।
ଆଜି(ଶୁକ୍ରବାର) ସକାଳ ସମୟ ପାଖାପଖି 5ଟାରେ ଦିଲ୍ଲୀରେ ନାଙ୍ଗଲୋଇ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.3 ରେକର୍ଡ ହୋଇଥିବା ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ଘରୁ ଲୋକେ ବାହାରକୁ ବାହାରି ଆସିଥିଲେ ।