ଓଡିଶା

odisha

ETV Bharat / bharat

5.2 ତୀବ୍ରତା ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ - ଭୂମିକମ୍ପ

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର । ଅଧିକ ପଢନ୍ତୁ...

5.2 ତୀବ୍ରତା ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ
5.2 ତୀବ୍ରତା ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ

By

Published : Sep 25, 2021, 7:27 AM IST

ପୋର୍ଟ ବ୍ଲେୟାର:ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରାତି ପାଖାପାଖି ୮ଟା ୫୩ ମିନିଟ ସମୟରେ ଆଣ୍ଡାମାନ ନିକୋବରର କ୍ୟାମ୍ପବେଲ ବେ ଅଞ୍ଚଳ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର ।

ଏମସିଏସର ସୂଚନା ଅନୁସାରେ, ପୋର୍ଟ ବ୍ଲେୟାର କ୍ୟାମ୍ପବେଲ ବେ ନିଟକରେ ଭୂମିକମ୍ପ ହୋଇଥିଲା । 9.22 ଲାଟିଟ୍ୟୁଡ ଓ 93.92 ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୬୩ କିଲୋମିଟର ରହିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ମ୍ୟାଗ୍ନିଟ୍ୟୁଡ ରେକର୍ଡ ହୋଇଥିଲା । ଅବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ଏଯାଏଁ ମିଳି ନାହିଁ । କିନ୍ତୁ ଏ ଭୂମିକମ୍ପ ଯୋଗୁଁ ଲୋକେ ଭୟଭିତ ହୋଇପଡିଥିଲେ । ଏପରିକି ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ ।

ସେପଟେ ଆଣ୍ତାମାନ ନିକୋବରରେ ବାରମ୍ବାର ଭୂକମ୍ପ ଘଟୁଥିବାର ଖବର ସାମ୍ନାକୁ ଆସୁଛି । ଗତ ୨୨ ତାରିଖ ଦିନ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା 3.9 ରେକର୍ଡ କରାଯାଇଥିଲା । ଏନେଇ NCS ପକ୍ଷରୁ ସୂଚନା ମିଳିଥିଲା ।

@ANI

ABOUT THE AUTHOR

...view details