ଓଡିଶା

odisha

ETV Bharat / bharat

ହିମାଚଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା 4.1 - କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ

ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା । ରବିବାର ଦିନ ୧୧ଟା ୨୭ ମନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

କିନୋରରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତିବ୍ରତା 4.1
କିନୋରରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତିବ୍ରତା 4.1

By

Published : Feb 6, 2022, 5:27 PM IST

ସିମଲା: ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା । ରବିବାର ଦିନ ୧୧ଟା ୨୭ ମନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତ୍ରୀବତା 4.1 ରହିଛି।

ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ସୂଚନା ଦେଇଛି । ତେବେ ଏଥିରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନାହାଁନ୍ତି । ଭୂବିଜ୍ଞାନୀଙ୍କ ମତ ଅନୁଯାୟୀ ହିମାଚଳ ପ୍ରଦେଶ ଏକ ସମ୍ବେଦନଶୀଳ ଜୋନ ସ୍ଥାନ ହୋଇଥିବାରୁ ଭୂମିକମ୍ପ ଅଧିକ ହେଉଛି ।

ଏହାବି ପଢନ୍ତୁ :Lata Mangeshkar demise: ଶ୍ରଦ୍ଧାଞ୍ଜଳି ଜଣାଇଲେ ରେଳ ମନ୍ତ୍ରୀ

ଗତ ବର୍ଷ ଏଠାରେ ପ୍ରାୟ 60ଟି ମୃଦୁ ଭୂକମ୍ପ ହୋଇଥିବା ବେଳେ କିଛି ବଡ ଧରଣରେ ଭୂମିକମ୍ପ ହୋଇଥିଲା । ହିମାଚଳର ସବୁଠାରୁ ବଡ ଭୂକମ୍ପ 4 ଏପ୍ରିଲ 1905 ମସିହାରେ କାଙ୍ଗ୍ରାରେ ଏକ ବଡ ଧରଣର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତିବ୍ରତା ଥିଲା 7.8 । ଏଥିରେ ପ୍ରାୟ 20,000 ଲୋକ ପ୍ରାଣ ହରାଇଥିଲେ । ସେହିପରି 1906 ଫେବୃୟାରୀ ୨୮ରେ କୁଲ୍ଲୁରେ ଭୂମିକମ୍ପ ହୋଇଥିଲା । 6.4 ରିକ୍ଟର ସ୍କେଲର ତୀବ୍ରତା ସହିତ ଆଉ ଏକ ଭୂକମ୍ପ କୁଲ୍ଲୁରେ ହୋଇଥିଲା ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details