ଓଡିଶା

odisha

ETV Bharat / bharat

ଥରିଲା ଆନ୍ଧ୍ରପ୍ରଦେଶ, ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ

ଆନ୍ଧ୍ରପ୍ରଦେଶରେ ଭୂକମ୍ପ ଝଟକା । ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶର ତିରୁପତିରେ ରାତି ୧ଟା ୧୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ଥରିଲା ଆନ୍ଧ୍ରପ୍ରଦେଶ
ଥରିଲା ଆନ୍ଧ୍ରପ୍ରଦେଶ

By

Published : Apr 3, 2022, 9:04 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଭୂକମ୍ପ ଝଟକା । ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶର ତିରୁପତିରେ ରାତି ୧ଟା ୧୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୩.୬ ରହିଥିବା ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନୁଭୂତ ଭୂମିକମ୍ପରେ ଗଭୀରତା ୨୦ କିଲୋମିଟର ରହିଛି । ଏହାର ଅକ୍ଷାଂଶ ୧୪. ୨୪ ରହିଥିବାବେଳେ ଦ୍ରାଘିମା ୭୯. ୯୦ର ରହିଛି । ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶ ତିରୁପତିର ୮୫ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଛି । ଏ ଯାଏଁ କୌଣସି କ୍ଷୟକ୍ଷୟି ନେଇ ସୂଚନା ମିଳିନାହିଁ ।

ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ୨୯ ରେ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲଦାଖର ଆଲଚିରେ 4.3 ତୀବ୍ରତାର ଭୂକମ୍ପ ହୋଇଥିଲା ।

@ANI

ABOUT THE AUTHOR

...view details