ଓଡିଶା

odisha

ETV Bharat / bharat

ଆଜି ପୁଣି ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ - କିନ୍ନୌରରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଆଜି ପୁଣି ଥରେ ଭୂକମ୍ପ(Earthquake) ଅନୁଭୂତ ହୋଇଛି। କିନ୍ନୌର ଜିଲ୍ଲାରେ ଆଜି(ବୁଧବାର) ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶର କିନ୍ନୋର ରେ ଭକମ୍ପ
ହିମାଚଳ ପ୍ରଦେଶର କିନ୍ନୋର ରେ ଭକମ୍ପ

By

Published : Feb 23, 2022, 12:48 PM IST

ସିମଲା: ହିମାଚଳ ପ୍ରଦେଶରେ ପୁଣି ଥରେ ଭୂକମ୍ପ(Earthquake) ଅନୁଭୂତ ହୋଇଛି। କିନ୍ନୌର ଜିଲ୍ଲାରେ ଆଜି(ବୁଧବାର) ସକାଳ ୯.୫୮ଟା ରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୪.୦ ତୀବ୍ରତା ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ ।

ଭୂକମ୍ପ ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ୨୦୨୧ରେ ହିମାଚଳରେ ପ୍ରାୟ ୬୦ ଟି ଛୋଟବଡ ଭୂକମ୍ପ ଘଟିଥିଲା ଯାହା ଭୂକମ୍ପର ସମ୍ବେଦନଶୀଳ ଜୋନ-୫ ରେ ହିଁ ଘଟିଥିଲା ।

ହିମାଚଳ ପ୍ରଦେଶ ଭୂକମ୍ପ ପାଇଁ ଜୋନ-୪ ଏବଂ ଜୋନ-୫ ରେ ଅନ୍ତର୍ଭୁକ୍ତ। ଭୂବୈଜ୍ଞାନୀଙ୍କ ଅନୁଯାୟୀ ଭୂକମ୍ପ ପାଇଁ ଏହା ଏକ ସମ୍ବେଦନଶୀଳ ଜୋନ ଭାବେ ଗଣନା କରାଯାଏ । ୧୯୦୫ରେ ୭.୮ ତୀବ୍ରତା ସହ ଭୂକମ୍ପରେ ଦୋହଲିଥିଲା ହିମାଚଳ । ଯାହାକି ରାଜ୍ୟର ସବୁଠାରୁ ବଡ ଭୂକମ୍ପ ଥିଲା । ୪ ଏପ୍ରିଲ ୧୯୦୫ ରେ କାଙ୍ଗଡାରେ ସେହି ଦୁଃଖଦ ଘଟଣାରେ ପ୍ରାୟ ୨୦ ହଜାର ଲୋକ ପ୍ରାଣ ହରାଇଥିଲେ ।

ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୮ ଫେବୃଆରୀ ୧୯୦୬ରେ, କୁଲ୍ଲୁରେ ୬.୪ ତୀବ୍ରତା ସହ ଆଉ ଏକ ଭୂକମ୍ପ ହୋଇଥିଲା । ଯେତେବେଳେ ବି ହିମାଚଳରେ ଭୂକମ୍ପ ହୁଏ, ସେତେବେଳେ ୧୯୦୫ ର ଭୟଙ୍କର ଭୂକମ୍ପର ତାଣ୍ଡବଲୀଳା ଲୋକଙ୍କ ଆଖି ଆଗରେ ନାଚିଉଠେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details