ଓଡିଶା

odisha

By

Published : Jul 27, 2021, 10:43 AM IST

ETV Bharat / bharat

ହିମାଚଳପ୍ରଦେଶରେ ୨.୬ ତୀବ୍ରତାର ଭୂକମ୍ପ ଝଟକା

ଭୂକମ୍ପ ଝଟକାରେ ଥରିଲା ହିମାଚଳପ୍ରଦେଶ । ଚାମ୍ବା ଜିଲ୍ଲାରେ ଆଜି ସକାଳ ପାଖାପାଖି 5ଟା 54ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ଆକଳନ ହୋଇଛି । ଅଧିକ ପଢନ୍ତୁ...

ହିମାଚଳପ୍ରଦେଶରେ ୨.୬ ତୀବ୍ରତାର ଭୂକମ୍ପ ଝଟକା
ହିମାଚଳପ୍ରଦେଶରେ ୨.୬ ତୀବ୍ରତାର ଭୂକମ୍ପ ଝଟକା

ସିମଲା: ଭୂକମ୍ପ ଝଟକାରେ ଥରିଲା ହିମାଚଳପ୍ରଦେଶ । ଚାମ୍ବା ଜିଲ୍ଲାରେ ଆଜି ସକାଳ ପାଖାପାଖି 5ଟା 54ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ଆକଳନ ହୋଇଛି । କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ଏହାପୂର୍ବରୁ ଜୁଲାଇ 15ରେ ରାଜଧାନୀ ସିମଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.6 ଥିଲା । ଭୂକମ୍ପ ଦୃଷ୍ଟିକୋଣରୁ ହିମାଚଳରେ ସେସ୍ମିକ ଜୋନ ଚାରି ଏବଂ ପାଞ୍ଚରେ ଆସିଥାଏ । କାଙ୍ଗ୍ରା, ଚାମ୍ବା, ଲାହୋଲ୍, କୁଲୁ ଏବଂ ମାଣ୍ଡି ଆଦି ସ୍ଥାନ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ଅଟେ । ଏହି ଅଞ୍ଚଳଗୁଡିକ ଭୂକମ୍ପ ଜୋନ୍ ପାଞ୍ଚ ଅଧୀନରେ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଚତୁର୍ଥ ଜୋନରେ ରହିଛି ।

୨୦୨୧ ସୁଦ୍ଧା ହିମାଚଳପ୍ରଦେଶରେ ୪୦ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇସାରିଛି । ଏହା ପୂର୍ବରୁ ଭୟଙ୍କର ଭୂକମ୍ପର ଶିକାର ହୋଇସାରିଛି ହିମାଚଳପ୍ରଦେଶ । 1905 ମସିହାରେ କଙ୍ଗଡାଠାରେ ହୋଇଥିବା ଭୂକମ୍ପ ଯୋଗୁଁ 20 ହଜାର ଲୋକ ପ୍ରାଣ ହରାଇଥିଲେ। ସେହିଭଳି 1975 ମସିହାରେ କିନ୍ନରଠାରେ ଅନୁଭୂତ ଭୂକମ୍ପ ତାଣ୍ଡବ ରଚିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details