ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ମୃଦୁ ଭୂକମ୍ପ ଝଟକା

ତେଲେଙ୍ଗାନାର ନିଜାମବାଦରେ ଭୂକମ୍ପ ଝଟକା ଅନୁଭୂତ । 3.1 ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ।

Earthquake hits Telangana
Earthquake hits Telangana t

By

Published : Feb 5, 2023, 12:36 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ନିଜାମବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ନିଜାମବାଦର ପଶ୍ଚିମ ଉତ୍ତରରୁ ପ୍ରାୟ 120 କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିଲା । ଏହାର ଗଭୀରତା 5 କିଲୋମିଚର ରଖିଥିବା ବେଳେ ଅକ୍ଷାଂଶ 19.43 ହୋଇଥିବା ବେଳେ ଦ୍ରାଘିମା 77.27 ରହିଛି । ଆଜି(ରବିବାର) ସକାଳ 8ଟା 12 ମିନିଟ ସମୟରେ ଭୂକମ୍ପ ହୋଇଥିଲା । ଗତକାଲି(ଶନିବାର) ମଣିପୁରରେ ଭୂକମ୍ପ ହୋଇଥିଲା । ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ମଣିପୁରର ଉଖରୁଲରେ ଥିଲା । ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଅକ୍ଷାଂଶ 25.13 ଏବଂ ଦ୍ରାଘିମା 94.67 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା ।

ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.9 ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦ ବୋଲି ଚିହ୍ନଟ କରିଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି । ଏହା ପୂର୍ବରୁ ଜାନୁଆରୀ 1 ତାରିଖରେ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଚର ସ୍କେଲରେ 3.8 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ହରିୟାଣାର ଉତ୍ତର-ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିଲା ।

ଜାନୁଆରୀ 22 ତାରିଖରେ ଉତ୍ତରାଖଣ୍ଡର ପିଥୋରଗଡ଼ରେ 3.8 ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ହୋଇଥିଲା । ଏହାର ଅକ୍ଷାଂଶ 29.78 ଥିବାବେଳେ ଦ୍ରାଘିମା 80.13 ରହିଥିବା ରେକର୍ଡ କରାଯାଇଥିଲା । ସେହିପରି ଏହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଥିଲା । ପୃଥିବୀ ପୃଷ୍ଠରୁ ହଠାତ ବହୁ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁଁ ସାଧାରଣତଃ ଭୂକମ୍ପ ହୋଇଥାଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରସ୍ପର ସହ ଘସି ହୋଇ ସାମାନ୍ୟ ଲାଖି ଯାଆନ୍ତି । ଚାପ ଅତ୍ୟଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂକମ୍ପ ହୁଏ ।

ABOUT THE AUTHOR

...view details