ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଭୂକମ୍ପ ଝଟକା - ଭୂକମ୍ପ

ରାଜସ୍ଥାନର ବିକାନେରରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ରାଜସ୍ଥାନରେ ଭୂକମ୍ପ ଝଟକା
ରାଜସ୍ଥାନରେ ଭୂକମ୍ପ ଝଟକା

By

Published : Aug 22, 2022, 7:14 AM IST

ଜୟପୁର:ରାଜସ୍ଥାନରେ ଭୂକମ୍ପ । ରାଜସ୍ଥାନର ବିକାନେରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ବିଳମ୍ବିତ ରାତି ୨ଟା ସମୟରେ ଭୂକମ୍ପ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Earthquake, ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂମିକମ୍ପ

ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିମି ତଳେ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରସ୍ଥଳରେ ବିକାନେରଠୁ ୨୩୬ କିମି ଦୂର ଉତ୍ତର-ପଶ୍ଚିମରେ ଅବସ୍ଥିତ । ଏହାର ଅକ୍ଷାଂଶ୨୯.୩୮ ରହିଥିବା ବେଳେ ଦ୍ରାଘିମା ୭୧.୪୫ ରହିଛି । ଭୂକମ୍ପ ଯୋଗୁଁ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ପୂର୍ବରୁ ଜୁଲାଇ ୧୨ ତାରିଖରେ ବିକାନେରରେ ୪.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ସେହିପରି ଗତ ଶୁକ୍ରବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୮୨ କିମି ତଳେ ଚିହ୍ନଟ ହୋଇଛି ।

ABOUT THE AUTHOR

...view details