ଲକ୍ଷ୍ନୌ: ଭୂମିକମ୍ପରେ ଥରିଲା ରାଜଧାନୀ ଲକ୍ଷ୍ନୌ । ଶୁକ୍ରବାର ମଧ୍ୟରାତ୍ରିରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧ଟା ୧୨ ମିନିଟ୍ ସମୟରେ ଉତ୍ତର-ଉତ୍ତରପୂର୍ବ ଲକ୍ଷ୍ନୌରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୮୨ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳରେ ଲକ୍ଷ୍ନୌର ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବରେ ଅବସ୍ଥିତ । ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ସ୍ଥାନୀୟ ଅଞ୍ଚଳ ଦୋହଲିଥିଲା । ଏହାପରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।