ଇମ୍ଫାଲ: ବଙ୍ଗୋପସାଗର ଓ ମଣିପୁରରେ ଶକ୍ତିଶାଳୀ ଭୂକମ୍ପ ଝଟକା । ମଣିପୁରରେ 5.1 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ବଙ୍ଗୋପସାଗର 4.4 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷଯକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ମଣିପୁରରେ ସୋମବାର ବିଳମ୍ବିତ ରାତି ଓ ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହାର କେନ୍ଦ୍ରସ୍ଥଳ ମଣିପୁରର ଉଖରୁଲରେ ରହିଥିବା ବେଳେ ଗଭୀରତା 20 କିଲୋମିଟିର ରେକର୍ଡ କରାଯାଇଛି । ଅକ୍ଷାଂଶ 24.40 ଏବଂ ଦ୍ରାଘିମା 94.77 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ହେବାରୁ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଭୟରେ ଲୋକମାନେ ଘରୁ ବାହାରି ପଳାଇ ଆସିଥିଲେ ।
ଆଜି ଭୋର 3.39 ମିନିଟ ସମୟରେ ବଙ୍ଗୋପସାଗରରେ 4.4 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭିରତା 93 କିଲୋମିଟର ରେକର୍ଡ କରାଯାଇଥିଲା । ଏହାର ଅକ୍ଷାଂଶ 6.19 ଏବଂ ଦ୍ରାଘିମା 95.31 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ ।