ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଝଟକା । ଆଜି ଭୋର ୫ଟା ୩ ମିନିଟ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
Earthquake: ଉତ୍ତରକାଶୀରେ ୪.୧ ତୀବ୍ରତାର ଭୂକମ୍ପ ଝଟକା - ଉତ୍ତରକାଶୀରେ ଭୂକମ୍ପ ଝଟକା
ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୧ ତୀବ୍ରତାର ଭୂକମ୍ପ ଝଟକା । ଆଜି ଭୋର ୫ଟା ୩ ମିନିଟ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ
Earthquake:ଉତ୍ତରକାଶୀରେ ୪.୧ ତ୍ରୀବତାର ଭୂକମ୍ପ ଝଟକା
ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀ ଠାରୁ ୩୯ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୮ କିଲୋମିଟର ରହିଛି । ଏହାର ଦ୍ରାଘିମା ୩୦.୭୨ ପ୍ରତିଶତ ଓ ଅକ୍ଷାଂଶ ୭୮.୮୫ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।
@ANI