ଓଡିଶା

odisha

ETV Bharat / bharat

ଭୂକମ୍ପରେ ଥରିଲା ପଞ୍ଜାବ, ତୀବ୍ରତା ୪.୧ ରେକର୍ଡ - ପଞ୍ଜାବରେ ଭୂକମ୍ପ ଝଟକା

ଭୂକମ୍ପରେ ଥରିଲା ପଞ୍ଜାବ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଭୂକମ୍ପରେ ଥରିଲା ପଞ୍ଜାବ
ଭୂକମ୍ପରେ ଥରିଲା ପଞ୍ଜାବ

By

Published : Nov 14, 2022, 8:09 AM IST

ଚଣ୍ଡିଗଡ: ପଞ୍ଜାବରେ ଭୂକମ୍ପ ଝଟକା (Earthquake Hits in Punjab) । ଭୂକମ୍ପରେ ଥରିଲା ପଞ୍ଜାବର ଅମୃତସର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଅମୃତସରର ପଶ୍ଚିମ ଉତ୍ତର ପଶ୍ଚିମରୁ ୧୪୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ବାପାଙ୍କ ମତ୍ୟୁ ପରେ ଶଯ୍ୟାଶାୟୀ ମାଆ, ପରିବାରର ବୋଝ ସମ୍ଭାଳୁଛି 13 ବର୍ଷର ପୁଅ

ଆଜି ଭୋର ୦୩.୪୨ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ଅମୃତସରର ପଶ୍ଚିମ ଉତ୍ତର ପଶ୍ଚିମରୁ ୧୪୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୨୦କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୧.୯୫ ହୋଇଥିବାବେଳେ ଦ୍ରାଘିମା ୭୩.୩୮ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୨ ରେକର୍ଡ

ସୂଚନାଯୋଗ୍ୟ ଯେ, ଗତକାଲି ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା । ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାର ଗଭୀରତା ୧୨୦କିଲୋମିଟର ରୋକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୬.୪୪ ହୋଇଥିବାବେଳେ ଦ୍ରାଘିମା ୭୧.୦୩ ରହିଥିଲା।

ABOUT THE AUTHOR

...view details