ଓଡିଶା

odisha

ETV Bharat / bharat

ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା 4.4 ରେକର୍ଡ - ମିଆଁମାରରେ ଭୂକମ୍ପ ଅନୁଭୂତ

ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in myanmar
ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା 4.4 ରେକର୍ଡ

By

Published : Sep 19, 2022, 8:02 AM IST

ନାଏପିଦା:ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ 3ଟା 4ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ବର୍ମା 141 କିମି ପଶ୍ଚିମ ଦକ୍ଷିଣ ପଶ୍ଚିମ (141 km WSW)ରେ ରହିଛି । ଯାହାର ଗଭୀରତା 105 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 21.32 ଏବଂ ଦ୍ରାଘିମା 94.74 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ଗତ ଜୁଲାଇ ମାସରେ ମିଆଁମାରର ୟାନଗାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୦ ରେକର୍ଡ କରାଯାଇଥିଲା । ମିଆଁମାର ୟାନଗାନର ଦକ୍ଷିଣ ପଶ୍ଚିମ ଠାରୁ ୨୬୦ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୯.୫୩ ରହିଥିବାବେଳେ ଦ୍ରାଘିମା ୯୪.୬୪ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ନଥିଲା । ସେହିପରି 2020ରେ ମଧ୍ୟ ଭାରତ-ମିଆଁମାର ସୀମାରେ ଭୂମିକମ୍ପ ଝଟକା ଦେଖାଦେଇଥିଲା । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 5.3 ଥିବା ୟୁରୋପୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।

ଏହା ମଧ୍ୟ ପଢ଼ନ୍ତୁ:ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ

ଏହି ଭୂମିକମ୍ପର କିଛି କ୍ଷଣ ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ 5.0 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ଅନୁଯାୟୀ, କମ୍ପନର କେନ୍ଦ୍ରସ୍ଥଳ ଆଣ୍ଡାମାନ ଓ ନିକୋବରର କ୍ୟାମ୍ପବେଲଠାରୁ 270 କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିଲା । ସେହିପରି ଆଣ୍ଡାମାନ ଏବଂ ଜମ୍ମୁ ଓ କଶ୍ମୀର ଦୁଇଟି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଣ୍ଡାମାନରେ ହୋଇଥିବା ଭୂମିକମ୍ପର ତୀବ୍ରତା 4.8 ଥିବାବେଳେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଭୂମିକମ୍ପର ତୀବ୍ରତା 3.9 ରହିଥିଲା । ତେବେ ଦେଶରେ ବାରମ୍ବାର ଭୂମିକମ୍ପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ABOUT THE AUTHOR

...view details