ଇମ୍ଫାଲ: ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ମିଜୋରାମର ନଗୋପାରେ ୪.୩ ତିବ୍ରତାର ଭୂକମ୍ପ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶର ବଶରରେ ୪.୯ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପରେ ଥରିଲା ମିଜୋରାମ ଓ ଅରୁଣାଚଳ ପ୍ରଦେଶ - ଭୂକମ୍ପରେ ଥରିଲା ମିଜୋରାମ
ମିଜୋରାମର ନଗୋପାରେ ୪.୩ ତିବ୍ରତାର ଭୂକମ୍ପ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶର ବଶରରେ ୪.୯ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ
ଭୂକମ୍ପରେ ଥରିଲା ମିଜୋରାମ ଓ ଅରୁଣାଚଳ ପ୍ରଦେଶ
ଆଜି ସକାଳେ ମିଜୋରାମର ନଗୋପାରେ ସକାଳ ୭ଟା ୫୨ ମିନିଟରେ ସମୟରେ ଏହି ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୧୫ କିଲୋମିଟର ଥିବା ବେଳେ ଏହାର ଅକ୍ଷାଂଶ ୨୪.୦୭ ଥିବା ବେଳେ ଦ୍ରାଘିମା ୯୩.୬୨ ରହିଛି । ସେହିପରି ୪ଟା ୩୦ମିନିଟରେ ବଶରରେ ହୋଇଥିବା ଭୂକମ୍ପର ଗଭିରତା ୧୦ କିଲୋମିଟର ରହିଛି । ଏହାର ଅକ୍ଷାଂଶ ୨୯.୧୬ ଥିବା ବେଳେ ଦ୍ରାଘିମା ୯୩.୯୭ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
@ANI