ଇମ୍ଫାଲ: ମଣିପୁରରେ ପୁଣି ଭୂକମ୍ପ ଝଟକା । ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ଆଜି ସକାଳ 9ଟା 19 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭୂକମ୍ପର ଗଭୀରତା 30 କିଲୋମିଟର ହୋଇଛି। ସେହପରି ଏହାର ଅକ୍ଷାଂଶ 24.94 ହୋଇଥିବାବେଳେ ଦ୍ରାଘିମା 93.53 ରହିଛି । ଏହି ବିଷ୍ଣୁପୁରର ଉତ୍ତର-ଦକ୍ଷିଣରେ 41 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।