ଭୋପାଳ:ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପରେ ଥରିଲା ମଧ୍ୟପ୍ରଦେଶ । ଆଜି ସକାଳ ସମୟରେ ମଧ୍ୟପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଭୋପାଳର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପର ଗଭିରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଛି ।
ଆଜି ସକାଳ ୮ଟା ୪୩ ମିନିଟ ସମୟରେ ମଧ୍ୟପ୍ରଦେଶ ଜବଲପୁର, ଡିନଡୋରା, ମାଦଲ,ଅନୁପୁର, ଉମାରିଆ ଓ ବାଲଘାଟ ଜିଲ୍ଲାରେ ଭୂକମ୍ପର ଅନୁଭୂତ ହୋଇଥିଲା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଆଇଏମଡି ଅଧିକାରୀ କହିଛନ୍ତି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।