ଶ୍ରୀନଗର: ଲଦାଖରେ ଭୂମିକମ୍ପ ଅନୁଭୂତ। ଲଦାଖର ଆଲଚିରେ 4.3 ତୀବ୍ରତାର ଭୂକମ୍ପ ହୋଇଛି । ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (National Centre for Seismology) ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଲଦାଖର ଆଲଚିରେ ଭୂକମ୍ପ ଝଟକା
ଲଦାଖରେ ଭୂମିକମ୍ପ ଅନୁଭୂତ । ଲଦାଖର ଆଲଚିରେ 4.3 ତୀବ୍ରତାର ଭୂକମ୍ପ ହୋଇଛି । ଅଧିକ ପଢ଼ନ୍ତୁ
ଲଦାଖର ଆଲଚିରେ ଭୂକମ୍ପ ଝଟକା
ଆଜି ସକାଳ 7ଟା29 ସମୟରେ ଆଲଚି ଗାଁର ଉତ୍ତର ଦିଗରେ ଏହି ଭୂମିକମ୍ପର ଅନୁଭୂତ ହୋଇଥିଲା। ଭୂମିକମ୍ପର ଗଭୀରତା 186 କିଲୋମିଟର ହୋଇଥିବା ଜଣାପଡ଼ିଛି। ଏହାର ଦ୍ରାଘିମା 77.47 ଓ ଆକ୍ଷାଂଶ 35.87 ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।