ଓଡିଶା

odisha

ETV Bharat / bharat

Earthquake in Jammu and Kashmir: ଗୁଲମର୍ଗରେ 5.2 ତୀବ୍ରତାର ଭୂକମ୍ପ ଝଟକା

ଜମ୍ମୁ କାଶ୍ମୀରର ଗୁଲମର୍ଗରେ ଭୂକମ୍ପ ଝଟକା । 5.2 ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Aug 5, 2023, 11:33 AM IST

Earthquake hits in Jammu and Kashmir
Earthquake hits in Jammu and Kashmir

ଶ୍ରୀନଗର: ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର । ଗୁଲମର୍ଗରେ ଆଜି ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ମ୍ୟାଗ୍ନିଚ୍ୟୁଟ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଆଜି ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଗୁଲମର୍ଗର ଉତ୍ତର-ଉତ୍ତର-ପଶ୍ଚିମର 184 କିଲୋମିଟ ଦୂରରେ ଅବସ୍ଥିତ । ଏହାର ଗଭୀରତା ଭୂମି ଠାରୁ 129 କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 35.46 ଏବଂ ଦ୍ରାଘିମା 73.32 ରହିଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Earthquake in Ladakh: ଲଦାଖରେ ଭୂକମ୍ପ ଝଟକା

ଜୁଲାଇ 4 ତାରିଖରେ କାର୍ଗିଲ ଜିଲ୍ଲାର ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.7 ରେକର୍ଡ କରାଯାଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ମଧ୍ୟ ହୋଇନଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର କାର୍ଗିଲର 189 କିମିରେ ରହିଛି । ଗଭୀରତା 150 କିଲୋମିଟର ରହିଥିବାବେଳେ ଅକ୍ଷାଂଶ 38.12 ଏବଂ ଦ୍ରାଘିମା 76.82 ରହିଥିଲା । ଜୁନ 17 ଓ 18 ତାରିଖରେ ଜମ୍ମୁ କାଶ୍ମୀରରେ 5 ଥର ଭୂମିକମ୍ପ ହୋଇଥିଲା ।

ପ୍ରଥମେ କେନ୍ଦ୍ରଶାସିତ ଅଞ୍ଚଳର ରମ୍ବନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ପରେ ରାତିରେ ଲଦାଖ ଓ ଦୋଦାରେ ଭୂକମ୍ପ ହୋଇଥିଲା । ପରେ ପୁଣି ଥରେ ଲଦାଖରେ 4.1 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହାର ଗଭୀରତା ଭୂପୃଷ୍ଠରୁ 10 କିମି ଦୂର ରହିଥିଲା । ଏହି ଭୂକମ୍ପକୁ କେଇ ମିନିଟ୍ ନପୁରୁଣୁ ପୁଣି କର୍ତାରରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଥିଲା ।

ଜୁଲାଇ 21 ତାରିଖରେ ରାଜସ୍ଥାନର ଜୟପୁରରେ ଭୂକମ୍ପ ହୋଇଥିଲା । ଘଣ୍ଟାଏ ମଧ୍ୟରେ 3 ଥର ଭୂକମ୍ପ ଝଟକା ଲାଗିଥିଲା । ପ୍ରଥମେ ଭୋର୍ 4ଟା 9 ମିନିଟରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଥିଲା । ଦ୍ବିତୀୟ ଥର 4ଟା 23ରେ ଏବଂ ତୃତୀୟ ଭୂକମ୍ପ 4ଟା 25 ମିନିଟ୍‌ରେ ଝଟକା ଅନୁଭୂତ ହୋଇଥିଲା ।

ABOUT THE AUTHOR

...view details