ଓଡିଶା

odisha

ETV Bharat / bharat

ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.8 - ଜାତୀୟ ଭୂକମ୍ପ କେନ୍ଦ୍ର

ଭୂକମ୍ପରେ ଥରିଲା ଛତିଶଗଡ଼ । ଆଜି ଭୋରରୁ 4.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in Chhattisgarh
ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.8

By

Published : Oct 14, 2022, 7:07 AM IST

ରାୟପୁର: ଛତିଶଗଡ଼ରେ ପୁଣି ଭୂକମ୍ପ ଝଟକା । ଆଜି ଭୋର 5ଟା 28ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ 4.8 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି ।

ଛତିଶଗଡ଼ର ଅମ୍ବିକାପୁରର ପଶ୍ଚିମ ଉତ୍ତର ପଶ୍ଚିମରୁ 65 କିଲୋମିଟର (65 km WNW) ଦୂରରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ଗଭୀରତା 10 କିଲୋମିଟର ରହିଛି । ଏହାର ଅକ୍ଷାଂଶ 23.33 ରହିଥିବାବେଳେ ଦ୍ରାଘିମା 82.58 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ:ଉତ୍ତର ପ୍ରଦେଶ ପୋଲିସ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ, ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

ଏହା ପୂର୍ବରୁ ଗତ ଜୁଲାଇ ମାସରେ ଅମ୍ବିକାପୁରରେ 4.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅମ୍ବିକାପୁରର ପଶ୍ଚିମ ଉତ୍ତର ପଶ୍ଚିମରୁ 69 କିଲୋମିଟର ଦୂରରେ ଭୂକମ୍ପ ହୋଇଥିବାବେଳେ ଗଭୀରତା 16 କିଲୋମିଟର ରହିଥିଲା । ସେହିପରି ଜୁଲାଇ 11 ତାରିଖ ଦିନ ଅମ୍ବିକାପୁର ଠାରେ 4.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ABOUT THE AUTHOR

...view details