ଓଡିଶା

odisha

ETV Bharat / bharat

ଛତିଶଗଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ - ଛତିଶଗଡରେ ଭୂକମ୍ପ ଝଟକା

ଛତିଶଗଡରେ ଭୂମିକମ୍ପ ଝଟକା । ଗୁରୁବାର ବିଳମ୍ବିତ ରାତିରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ଛତିଶଗଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬
ଛତିଶଗଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬

By

Published : Jul 29, 2022, 8:31 AM IST

ରାୟପୁର: ଛତିଶଗଡରେ ଭୂମିକମ୍ପ ଅନୁଭୂତ ହୋଇଛି(Earthquake hits Chhattisgarh) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଛି । ଗତକାଲି(ଗୁରୁବାର) ମଧ୍ୟରାତ୍ର ପ୍ରାୟ ୧୨ଟା ୫୬ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଅମ୍ବିକାପୁରର ପଶ୍ଚିମଉତ୍ତର ପଶ୍ଚିମରୁ ୬୯ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଗଭୀରତା ୧୬ କିଲୋମିଟର ରହିଥିଲା । ସେହିପରି ଏହାର ଅକ୍ଷାଂଶ ୨୩.୩୧ ହୋଇଥିବାବେଳେ ଦ୍ରାଘିମା ୮୨.୫୩ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ୧୧ ତାରିଖ ଦିନ ଛତିଶଗଡର ଅମ୍ବିକାପୁର ଠାରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ABOUT THE AUTHOR

...view details