କୋଲକାତା: ବଙ୍ଗୋପସାଗରରେ ଭୂକମ୍ପ ଝଟକା । ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଆଜି ଭୋର ସମୟରେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବ ଆଉ କେଉଁ ଅଞ୍ଚଳରେ ପଡିଛି ସେନେଇ କୌଣସି ସୂଚନା ଦିଆଯାଇନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଭୋର ୫ଟା ୧୨ ମିନିଟ ସମୟରେ ବଙ୍ଗୋପସାଗରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ତେବେ ଭୂକମ୍ପ ବେଳେ ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୬.୩୬ ଏବଂ ଦ୍ରାଘିମା ୮୯.୩୧ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ଏହାର ପ୍ରଭାବ ଅନ୍ୟ କୌଣସି ଅଞ୍ଚଳରେ ପଡିଛି କି ନାହିଁ ସେ ନେଇ ମଧ୍ୟ କୈଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Karnataka Assembly Election: ଟେନସନରେ ଟାଣୁଆ ନେତା, ସମାନ ନାମରେ ରହିଛନ୍ତି ବିରୋଧୀ ପ୍ରାର୍ଥୀ
ଏହା ମଧ୍ୟ ପଢନ୍ତୁ: ‘ସେମାନେ ପ୍ରଭୁ ରାମକୁ ତାଲା ବନ୍ଦ କରିଥିଲେ, ଏବେ ବଜରଙ୍ଗବାଲୀଙ୍କୁ’; କଂଗ୍ରେସ ଉପରେ କଡା ପ୍ରହାର କଲେ ମୋଦି
ପ୍ରକାଶଥାଉକି, ଗତ ଡିସେମ୍ବର ମାସରେ ମଧ୍ୟ ବଙ୍ଗୋପସାଗରରେ ଭୂକମ୍ପ ହୋଇଥିଲା । ଡିସେମ୍ବର ୫ ତାରିଖରେ 5.1 ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଥିଲା ବଙ୍ଗୋପସାଗର । ସେହି ସମୟରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଭୂକମ୍ପର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ 19.14 ଥିବାବେଳେ ଦ୍ରାଘିମା 89.79 ରହିଥିଲା । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଥିଲା ।
ଏହା ପୂର୍ବରୁ ୨୦୨୧ ମସିହା ଅଗଷ୍ଟ ମାସରେ ମଧ୍ୟରେ ମଧ୍ୟ ବଙ୍ଗୋପସାଗରରେ 5.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତାମିଲନାଡୁ ରାଜଧାନୀ ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବରୁ ୩୨୦ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିଲା । ବଙ୍ଗୋପସାଗରରେ ସୃଷ୍ଟି ଏହି ଭୂମିକମ୍ପ କାକିନାଡାର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୯ କିଲୋମିଟର ଓ ରାଜମହେନ୍ଦ୍ରିର ୩୧୨ କିଲୋମିଟର ଦକ୍ଷଣ-ଦକ୍ଷିଣପୂର୍ବ ଅଞ୍ଚଳରେ ଭୂମିରୁ ୧୦ କିଲୋମିଟର ତଳେ ଅନୁଭୂତ ହୋଇଥିଲା । ଦକ୍ଷିଣ ଚେନ୍ନାଇରେ କିଛି ସମୟ ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ଭୟରେ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ବାହାରକୁ ବାହାରି ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ