ଇଟାନଗର:ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ପାଙ୍ଗିନର ଶିଆଙ୍ଗ ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ଆଜି ସକାଳ ୮ଟା ୨୧ ମିନିଟରେ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ପାଙ୍ଗିନର ଉତ୍ତରରୁ ୨୧୫ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିଲା ।
ଅରୁଣାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂକମ୍ପ - ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଅରୁଣାଚଳ ପ୍ରଦେଶ ପାଙ୍ଗିନର ଶିଆଙ୍ଗ ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ଅରୁଣାଚଳ ପ୍ରଦେଶରେ ୪.୧ ତିବ୍ରତାର ଭୂକମ୍ପ
ଏହାର ଗଭୀରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଥିବା ବେଳେ ଦ୍ରାଘିମା ୩୦.୦୮ ପ୍ରତିଶତ ଓ ଅକ୍ଷାଂଶ ୯୫.୧୮ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଫେବୃଆରୀ ୭ରେ ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ୪.୩ ତ୍ରୀବତାର ଭୂକମ୍ପ ହୋଇଥିଲା ।
@ANI