ପୋର୍ଟ ବ୍ଲେୟାର: ଆଣ୍ଡାମାନ ସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ଆଜି (ସୋମବାର) ଦିନ 11ଟା 5ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୂକମ୍ପରେ ଥରିଲା ଆଣ୍ଡାମାନ ସାଗର, ତୀବ୍ରତା 4.4 ରେକର୍ଡ - ଭୂକମ୍ପରେ ଥରିଲା ଆଣ୍ଡାମାନ ସାଗର
ଆଣ୍ଡାମାନ ସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ
ଭୂକମ୍ପରେ ଥରିଲା ଆଣ୍ଡାମାନ ସାଗର, ତୀବ୍ରତା 4.4 ରେକର୍ଡ
ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 9.18 ରହିଥିବାବେଳେ ଦ୍ରାଘିମା 95.26ର ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।