ଓଡିଶା

odisha

By

Published : Nov 17, 2022, 6:59 AM IST

ETV Bharat / bharat

ଭୂକମ୍ପରେ ଥରିଲା ହିମାଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ

ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ । କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ହିମାଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ
ଭୂକମ୍ପରେ ଥରିଲା ହିମାଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ

ଶିମଲା: ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ(Earthquake hits Himachal Pradesh) । ବୁଧବାର ରାତିରେ ହିମାଚଳର ମାଣ୍ଡି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୩୨ ମିନିଟ୍ ସମୟରେ ସ୍ଥାନୀୟ ଅଞ୍ଚଳରେ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ମାଣ୍ଡି ଜିଲ୍ଲାର ରୋପୁଡୁ ନିକଟସ୍ଥ ନେରୀ ଖଣ୍ଡ ଠାରେ ଭୂମିକମ୍ପରେ କେନ୍ଦ୍ରସ୍ଥଳ ରହିଥିଲା । ଭୂମିକମ୍ପ ଝଟକା ଯୋଗୁଁ ମଣ୍ଡି ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବାର ଲୋକେ ଜଣାଇଛନ୍ତି । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ପ୍ରକାଶଥାଉ କି, ନଭେମ୍ବର ୮ରୁ ୧୬ ତାରିଖ ମଧ୍ୟରେ ଉତ୍ତରାଖଣ୍ଡ-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଅତିକମରେ ୧୦ ଥର ଭୂମିକମ୍ପ ସଂଗଠିତ ହେଲାଣି । ହିମାଚଳ ପ୍ରଦେଶ ଏକ ପାହାଡି ଅଞ୍ଚଳ ସହ ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଭାବେ ଜଣାଯାଏ । ୧୯୦୫ ମସିହାରେ ଏଠାରେ ୭.୮ ତୀବ୍ରତାର ବଡ ଧରଣର ଭୂକମ୍ପ ସଂଗଠିତ ହୋଇଥିଲା । ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଏଭଳି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳର ନକ୍ସା ବଦଳି ଯାଇଥିଲା ।

ଉଲ୍ଲେଖଯୋଗ୍ୟ, ରିକ୍ଟର ସ୍କେଲରେ ୨.୦ କିମ୍ବା ତା' ଠାରୁ କମ୍ ତୀବ୍ରତା ଭୂମିକମ୍ପକୁ ମାଇକ୍ରୋଆର୍ଥକ୍ବେକ୍ (microearthquake) କୁହାଯାଏ । ଏହାକୁ ସାଧାରଣ ଲୋକେ ଅନୁଭବ କରିପାରନ୍ତି ନାହିଁ । ୩.୦ ରୁ ୩.୯ ତୀବ୍ରତାର ଭୂମିକମ୍ପକୁ ମାଇନର କୁହାଯାଏ । ସେହିପରି ୪.୦ରୁ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପକୁ ଲାଇଟ୍ ଆର୍ଥକ୍ବେକ୍ କୁହନ୍ତି । ୫ରୁ ୬ ତୀବ୍ରତା ଭୂମିକମ୍ପରେ ଆଂଶିକ କ୍ଷୟକ୍ଷତି ଘଟିପାରେ । ୭ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅଧିକ କ୍ଷତି କରିଥାଏ ।

ABOUT THE AUTHOR

...view details