ରାଜକୋଟ: ଗୁଜୁରାଟରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଗୁଜୁରାଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତାର ୪.୩ ଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟର ୨୭୦ କିଲୋମିଟର ଉତ୍ତର ପଶ୍ଚିମରେ ରହିଛି । ଅପରାହ୍ନରେ ୩ଟା ୨୧ରେ ଭୂକମ୍ପ ହୋଇଥିବା ସୂଚନା ରହିଛି । ଭୂକମ୍ପ ପରେ କେହି ମୃତାହତ ହେବାର ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ।
ତେବେ ଭୂକମ୍ପ ନାଁରେ ହିଁ ତୁର୍କୀର କରୁଣ ଦୃଶ୍ୟ ଆଖି ଆଗକୁ ଚାଲିଆସୁଛି । ଫେବୃଆରି ୬ରେ ତୁର୍କୀର ଓ ସିରିୟାରେ ହୋଇଥିବା ଭୂକମ୍ପରେ ୫୦ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ତୁର୍କୀ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇପଡିଥିବା ବେଳେ ହଜାର ହଜାର ଲୋକ ପରିବାରକୁ ହରାଇଛନ୍ତି ।
ତୁର୍କୀକୁ ନେଇ ସମଗ୍ର ବିଶ୍ବରେ ଉଦବେଗ ସୃଷ୍ଟି କରିଥିବା ବେଳେ ଗୁଜୁରାଟରେ ଭୂକମ୍ପ ଝଟକାକୁ ନେଇ ଭୟଭୀତ ଗୁଜୁରାଟବାସୀ । ଗୁଜୁରାଟରେରେ କିଛି ଦିନ ପୂର୍ବରୁ ଅମରେଲିର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିବା ନେଇ ସେସମୋଲୋଜି ପକ୍ଷରୁ କୁହାଯାଇଛି ।