ସିମଲା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂକମ୍ପ ଝଟକା । ଆଜି(ଶୁକ୍ରବାର) ସକାଳ ୭ଟା ୪୬ ମିନିଟରେ ହିମାଚଳ ପ୍ରଦେଶର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଥରିଲା ହିମାଚଳ ପ୍ରଦେଶ, 3.5 ତୀବ୍ରତାର ଭୂକମ୍ପ ଅନୁଭୂତ - ହିମାଚଳ ପ୍ରଦେଶରେ ଭୂକମ୍ପ
ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ
ଥରିଲା ହିମାଚଳ ପ୍ରଦେଶ, 3.5 ତୀବ୍ରତାର ଭୂକମ୍ପ ଅନୁଭୂତ
ଧର୍ମଶାଳାର ଉତ୍ତର ଉତ୍ତର ପଶ୍ଚିମ ଠାରୁ ୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଉଛି । ଏହାର ଗଭୀରତା ୫ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୩୨.୭୧ ରହିଥିବାବେଳେ ଦ୍ରାଘିମା ୭୬.୧୨ ରହିଥିଲା । ଏନେଇ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।