ରାୟପୁର: ଭୂକମ୍ପରେ ଥରିଲା ଛତିଶଗଡ । ଛତିଶଗଡର ଅମ୍ବିକାପୁର ଠାରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଆଜି (ସୋମବାର) ସକାଳ ୮ଟା ୧୦ ମିନିଟରେ ଅମ୍ବିକାପୁର ଠାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୪.୩ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଛତିଶଗଡରେ ଭୂକମ୍ପ ଝଟକା, ନାହିଁ କ୍ଷୟକ୍ଷତିର ସୂଚନା
ଛତିଶଗଡରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତ୍ରୀବତା ୪.୩ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ
ଛତିଶଗଡରେ ଭୂକମ୍ପ ଝଟକା, ନାହିଁ କ୍ଷୟକ୍ଷତିର ସୂଚନା
ଅମ୍ବିକାପୁରର ପଶ୍ଚିମଉତ୍ତର ପଶ୍ଚିମ ଠାରୁ ୭୯ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଉଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୩.୩୬ ରହିଥିବାବେଳେ ଦ୍ରାଘିମା ୮୨.୪୪ ରହିଥିଲା । ଏନେଇ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।