ଓଡିଶା

odisha

ETV Bharat / bharat

EARTHQUAKE: ଉତ୍ତରକାଶୀରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୩.୬

ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ପରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

earthquake hist in uttarakhand
ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ, ତୀବ୍ରତା 3.6 ରେକର୍ଡ

By

Published : Jul 24, 2022, 3:34 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚୀନ ସୀମା ନିକଟ ଉତ୍ତରକାଶୀ ଜିଲ୍ଲାରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି । ମଧ୍ୟାହ୍ନ ପ୍ରାୟ ୧୨ଟା ୩୭ରେ ଭୂକମ୍ପ ଅନୁଭୂତ ହୋଇଥିବାବେଳେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରହିଥିଲା । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀଠାରୁ ୧୦ କିଲୋମିଟର ମଧ୍ୟରେ ରହିଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି ଯେ, "ଭୂକମ୍ପ ଯୋଗୁଁ କୌଣସି ଜୀବନ ବା ସମ୍ପତ୍ତିର କ୍ଷୟକ୍ଷତି ହୋଇନାହିଁ । ଜିଲ୍ଲା ମୁଖ୍ୟାଳୟର ମନେରୀ, ମାତଲି, ଯୋଶିୟାଡା, ଭଟୱାଡି ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଅନ୍ୟ ତହସିଲ ଅଞ୍ଚଳରେ ଭୂକମ୍ପ କମ୍ପନ ଅନୁଭୂତ ହୋଇନଥିଲା ।"

ଭୂକମ୍ପର ଅତିସମ୍ବେଦନଶୀଳ ସ୍ଥାନ

ଉତ୍ତରାଖଣ୍ଡ ଭୂକମ୍ପର ଅତି ସମ୍ବେଦନଶୀଳ ସ୍ଥାନରେ ଜୋନ୍ ୫ ଏବଂ ଜୋନ୍ ୪ରେ ଆସିଥାଏ । ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ଜୋନ୍ ୫ରେ ରୁଦ୍ରପ୍ରୟାଗର ଅଧିକାଂଶ ଭାଗ ଆସୁଥିବାବେଳେ, ବାଗେଶ୍ବର, ପିଥୋରାଗଡ, ଚମୌଲି, ଉତ୍ତରକାଶୀ ଜିଲ୍ଲା ଆସିଥାଏ । ଯେହେତୁ ଉଦାମସିଂହନଗର, ନୈନିତାଲ, ଚମ୍ପାୱତ, ହରିଦ୍ବାର, ପୌଡୀ ଏବଂ ଆଲମୋରା ଜୋନ ୪ନଂ ମଧ୍ୟରେ ଆସେ ଏବଂ ଡେରାଡୁନ ଓ ଟିହରୀ ଉଭୟ ଜୋନରେ ଆସିଥାଏ ।

୨୦୧୭ ପରେ ହୋଇନି ଭୟଙ୍କର ଭୂକମ୍ପ

୨୦୧୭ ମସିହା ପରଠାରୁ ଉତ୍ତରାଖଣ୍ଡରେ କୌଣସି ବଡ଼ ଭୂକମ୍ପ ଅନୁଭୂତ ହୋଇନାହିଁ । ଏହି ୪ ବର୍ଷ ମଧ୍ୟରେ ହଜାର ହଜାର ଭୂକମ୍ପ ଘଟିଛି ଯାହାର ତୀବ୍ରତା ୧.୫ ତୀବ୍ରତା ରହିଛି । ଗତ ୪ ବର୍ଷ ମଧ୍ୟରେ ଅନେକ ମଧ୍ୟମ ଧରଣର ଭୂକମ୍ପ ମଧ୍ୟ ଘଟିଛି । ୧୯୯୧ ମସିହାରେ ଉତ୍ତରାକାଶୀରେ ୬.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବାବେଳେ, ୧୯୯୯ରେ ଚାମୌଲିରେ ୬.୦ ଏବଂ ୨୦୧୭ ମସିହାରେ ରୁଦ୍ରପ୍ରୟାଗରେ ପ୍ରାୟ ୬.୦ ତୀବ୍ରତାର ଭୂକମ୍ପ ହୋଇଥିଲା ।

ABOUT THE AUTHOR

...view details