ଓଡିଶା

odisha

ETV Bharat / bharat

ଆଜି ‘ଆର୍ଥ ଆଓ୍ବାର ଡେ’, 1 ଘଣ୍ଟା ଲାଇଟ ବନ୍ଦ ରଖିବାକୁ ଆହ୍ମାନ - Earth Hour day news

ପ୍ରତିବର୍ଷ ପରି ଆଜି ସାରା ବିଶ୍ବ ପାଳନ କରୁଛି ‘ଆର୍ଥ ଆଓ୍ବାର ଦିବସ’ । ଅଧିକ ପଢନ୍ତୁ...

ଆଜି ‘ଆର୍ଥ ଆଓ୍ବାର ଡେ’ 1 ଘଣ୍ଟା ଲାଇଟ ବନ୍ଦ ରଖିବାକୁ ଆହ୍ମାନ
ଆଜି ‘ଆର୍ଥ ଆଓ୍ବାର ଡେ’ 1 ଘଣ୍ଟା ଲାଇଟ ବନ୍ଦ ରଖିବାକୁ ଆହ୍ମାନ

By

Published : Mar 27, 2021, 7:16 PM IST

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଆଜି ସାରା ବିଶ୍ବ ପାଳନ କରୁଛି ‘ଆର୍ଥ ଆଓ୍ବାର ଦିବସ’। ଶକ୍ତି ଅପଚୟ ରୋକିବ ସହ ସଂରକ୍ଷଣ ଓ ବିଶ୍ବର ପାରିବେଶିକ ସନ୍ତୁଳନ ରକ୍ଷା କରିବା ଦିଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏହି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ପରି ଆଜି ରାତି 8.30 ରୁ 9.30 ଏକ ଘଣ୍ଟା ମଧ୍ୟରେ ଘରର ସମସ୍ତ ଲାଇଟ ଓ ଅନ୍ୟ ସମସ୍ତ ବିଦ୍ୟୁତ ପରିଚାଳିତ ସରଞ୍ଜାମ ବନ୍ଦ ରଖିବା ପାଇଁ ଆହ୍ମାନ ଦିଆଯାଇଛି ।

ଏହି ଆହ୍ମାନର ଆରମ୍ଭ ପ୍ରଥମେ ଅଷ୍ଟ୍ରେଲିଆର ରାଜଧାନୀ ସିଡିନିରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଆହ୍ମାନ ଅନ୍ୟ ଦେଶମାନଙ୍କ ଦ୍ବାରା ମଧ୍ୟ ଆଦୃତ ହୋଇ ପାରିଥିଲା । ବେଶ ଆଗ୍ରହର ସହ ଏବେ ସମଗ୍ର ବିଶ୍ବର ପ୍ରାୟ 187 ଦେଶରେ ଏହାକୁ ପାଳନ କରାଯାଉଛି । କୋଟି କୋଟି ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏକ ଘଣ୍ଟା ଘରର ଲାଇଟ ବନ୍ଦ ରଖୁଛନ୍ତି । ବିଗତ ବର୍ଷମାନଙ୍କରେ ଏହାକୁ ସଫଳତାର ସହ ବିଶ୍ବବାସୀ ପାଳନ କରିଥିବା ଉଦାହରଣ ମଧ୍ୟ ରହିଛି ।

ଶକ୍ତି ସଂରକ୍ଷଣ ଓ ବିଶ୍ବର ପାରିବେଶିକ ସନ୍ତୁଳନ ରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ପରି ପ୍ରମୁଖ ପ୍ରସଙ୍ଗ ଉପରେ ବିଶ୍ବବ୍ୟାପି ଏହା ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details