ଓଡିଶା

odisha

UP Early trends: ଏକଜିଟ ପୋଲ ହେବକି ଏକଜାଟ ପୋଲ ! ଟ୍ରେଣ୍ଡିଂରେ ବହୁମତ ଆଡକୁ ବଢୁଛି BJP

By

Published : Mar 10, 2022, 12:08 PM IST

ଉତ୍ତର ପ୍ରଦେଶରେ ଟ୍ରେଣ୍ଡିଂରେ ବହୁମତ ଅତିକ୍ରମ କଲା ବିଜେପି । ଗୋରଖପୁର ଅର୍ବାନ ଆସନରୁ ଯୋଗୀଙ୍କ ସମେତ ମୋଟ ୨୭୦ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ । ଅଧିକ ପଢନ୍ତୁ

Early trends: ଟ୍ରେଣ୍ଡିଂରେ ବହୁମତ ଆଡକୁ ବଢୁଛି ବିଜେପି
Early trends: ଟ୍ରେଣ୍ଡିଂରେ ବହୁମତ ଆଡକୁ ବଢୁଛି ବିଜେପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜାରି ରହିଛି ମତଗଣନା । ତେବେ ଏକାଧିକ ଗଣମାଧ୍ୟମ ଦ୍ବାରା କରାଯାଇଥିବା ପୂର୍ବାକଳନ ସହ ତାଳ ମିଳାଇ ପ୍ରାରମ୍ଭିକ ଟ୍ରେଣ୍ଡିଂ ଅନୁସାରେ ବହୁମତ ନିକଟବର୍ତ୍ତୀ ହେବାରେ ଲାଗିଛି ବିଜେପି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବିଜେପି ପ୍ରାର୍ଥୀ ୨୭୦ ଆସନରେ ଆଗୁଆ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗୋରଖପୁର ଅର୍ବାନ ଆସନରୁ ନିଜ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ପ୍ରାୟ ୫ ହଜାର ଭୋଟ ବ୍ୟବଧାନରେ ଆଗରେ ରହିଥିବା ସୂଚନା ମିଳିଛି । ମ୍ୟାଜିକ ନମ୍ବର ସଂଖ୍ୟାକୁ ବିଚାରକୁ ନେଲେ ବିଜେପି ଟ୍ରେଣ୍ଡ ଧାରାରେ ଆବଶ୍ୟକୀୟ ସଂଖ୍ୟା ଅତିକ୍ରମ କରିସାରିଛି ।

ବର୍ତ୍ତମାନ ଜାରି ରହିଥିବା ଟ୍ରେଣ୍ଡିଂ ଧାରା ବଜାୟ ରଖିଲେ ଉତ୍ତର ପ୍ରଦେଶରେ ପୁଣି ପୂର୍ବ ବିଜୟଧାରାର ପୁନରାବୃତ୍ତି ଦେଖିପାରେ ଦଳ । ଗଣନା ଆରମ୍ଭରୁ ବିଜେପି ଓ ସପା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପରେ ସମୟ ବଢିବା ସହ ବିଜେପି ବହୁ ବ୍ୟବଧାନରେ ସପାକୁ ପଛରେ ପକାଇଥିବା ଦେଖିବାକୁ ମିଳିଛି । ଏବେ ସପା ମୁଖ୍ୟ ଅଖିଳେଶ ଯାଦବ କରହଲ ଆସନରୁ ଆଗରେ ଥିବା ବେଳେ ଦଳୀୟ ପ୍ରାର୍ଥୀମାନେ ମାତ୍ର ୧୨୦ ଆସନରେ ଆଗରେ ଅଛନ୍ତି । ସେହିପରି ଅନ୍ୟତମ ବିରୋଧୀ ଦଳ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ମାତ୍ର ୭ ଆସନ ଓ କଂଗ୍ରେସ ମାତ୍ର 3 ଆସନରେ ନୈରାଶ୍ଯଜନକ ଭାବେ ଆଗରେ ରହିଛି ।

ଭୋଟ୍ ଗଣନା ସକାଳ 8 ଟାରୁ ଆରମ୍ଭ ହୋଇଥିବାବେଳେ ଅନ୍ତିମ ଫଳାଫଳ ଆସିବା ବାକି ରହିଛି । ବର୍ତ୍ତମାନ କୌଣସି ଆସନରେ ବିଜୟ ସୂଚନା ଆସି ନଥିବାବେଳେ କେବଳ ଟ୍ରେଣ୍ଡିଂ ଧାରାରେ ସର୍ବାଗ୍ରେ ରହିଛି BJP । ଦଳର ଏପରି ସଫଳତାରେ କର୍ମୀମାନେ ମଧ୍ୟ ଖୁବ ଉତ୍ସାହିତ ହେବା ଆରମ୍ଭ କଲେଣି । ବର୍ତ୍ତମାନର ଧାରାକୁ ଦେଖିବାକୁ ଗଲେ ଏକଜିଟ ପୋଲ ଏବେ ଏକଜାଟ ପୋଲରେ ବଦଳିବାକୁ ଯାଉଥିବା ପରି ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details