ଓଡିଶା

odisha

India-US Talk: ଆମେରିକା ବୈଦେଶିକ ସଚିବଙ୍କ ସହ ଫୋନରେ କଥା ହେଲେ ଜୟଶଙ୍କର

By

Published : Jan 4, 2022, 7:38 PM IST

ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିପକ୍ଷ ଅନ୍ଥୋନୀ ବ୍ଲିଙ୍କେନଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କଥାବାର୍ତ୍ତା । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେଲ ଫୋନରେ ଆଲୋଚନା କଲେ ଉଭୟ ନେତା । ପରସ୍ପରକୁ ଜଣାଇଲେ ନବବର୍ଷର ଶୁଭେଚ୍ଛା । ଅଧିକ ପଢନ୍ତୁ

India-US talk: ଯୁକ୍ତରାଷ୍ଟ୍ର ବୈଦେଶିକ ସଚିବଙ୍କ ସହ କଥା ହେଲେ ଜୟଶଙ୍କର
India-US talk: ଯୁକ୍ତରାଷ୍ଟ୍ର ବୈଦେଶିକ ସଚିବଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଓ ଯୁକ୍ତରାଷ୍ଚ୍ର ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବାର୍ତ୍ତାଳାପ ହୋଇଛି । ଗତକାଲି (ସୋମବାର) ରାତିରେ ଉଭୟ ପ୍ରତିପକ୍ଷ ଟେଲିଫୋନ ବାର୍ତ୍ତାଳାପରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିବା ନିଜେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଉଭୟଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାଖିକ ପ୍ରସଙ୍ଗ ସହ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁଇ ଦେଶର ସହଭାଗିତା ଓ ସ୍ଥିରତା ସୃଷ୍ଟି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ଟେଲିଫୋନିକ ବାର୍ତ୍ତାଳପରେ ଉଭୟ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଆଗାମି 2+2 ମନ୍ତ୍ରୀସ୍ତରୀୟ ଆଲୋଚନାର ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ଏହି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହି 2+2 ବୈଠକର ପରବର୍ତ୍ତୀ ସଂସ୍କରଣ ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ (ଫେବୃଆରୀ) ରେ ୱାଶିଂଟନରେ ଆୟୋଜିତ ହେବାର ସମ୍ଭାବନା ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details