ଓଡିଶା

odisha

ETV Bharat / bharat

ରାହୁଲଙ୍କ ପାକିସ୍ତାନ-ଚାଇନା ନିବିଡତା ବୟାନ ଉପରେ ବର୍ଷିଲେ ଜୟଶଙ୍କର - ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଖବର

କେନ୍ଦ୍ର ସରକାରଙ୍କ ପାଇଁ ଭାରତ ଚାଇନା ଆଜି ଏକାଠି ହୋଇଛନ୍ତି । ବୁଧବାର ଲୋକସଭାରେ ଏହିପରି କିଛି ମନ୍ତବ୍ୟ ଦେଇ ମୋଦି ସରକାରଙ୍କୁ ଘେରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଉ ଏହି ବୟାନ ପାଇଁ ତାଙ୍କ ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

ରାହୁଲଙ୍କ ପାକିସ୍ତାନ- ଚାଇନାକୁ ସରକାର ଏକାଠି କରିଥିବା ମନ୍ତବ୍ୟ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ
ରାହୁଲଙ୍କ ପାକିସ୍ତାନ- ଚାଇନାକୁ ସରକାର ଏକାଠି କରିଥିବା ମନ୍ତବ୍ୟ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ

By

Published : Feb 3, 2022, 1:49 PM IST

ନୂଆଦିଲ୍ଲୀ:ମୋଦି ଦୁଇଟି ଭାରତ ସୃଷ୍ଟି କରିଛନ୍ତି । ଗୋଟିଏ ଗରିବ ଓ ଅନ୍ୟଟି ବାକି ଲୋକଙ୍କ ପାଇଁ । କେନ୍ଦ୍ର ସରକାରଙ୍କ ପାଇଁ ପାକିସ୍ତାନ ଚାଇନା ଆଜି ଏକାଠି ହୋଇଛନ୍ତି । ବୁଧବାର ଲୋକସଭାରେ ଏହିପରି କିଛି ମନ୍ତବ୍ୟ ଦେଇ ମୋଦି ସରକାରଙ୍କୁ ଘେରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଉ ଏହି ବୟାନ ପାଇଁ ତାଙ୍କ ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ବ୍ୟାପାର ମନ୍ତ୍ରୀ କହିଛନ୍ତି, ୧୯୬୩ରେ ପାକିସ୍ତାନ ବେଆଇନ ଭାବେ ଚୀନ ହାତକୁ ଶକସଗାମ ଉପତ୍ୟାକା ଦେଇଥିଲା । 1970ରେ ଚୀନ କରକୋରାମ ପାକ ଦ୍ବାରା ହାଇୱେ ନିର୍ମାଣ କରିଥିଲା । ୧୯୭୦ରୁ ଦୁଇ ଦେଶ ମଧ୍ୟରେ ଆଣବିକ ସହଯୋଗ ସ୍ଥାପନା ହୋଇଥିଲା । ୨୦୧୩ରେ ଚୀନ ଓ ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର ଆରମ୍ଭ ହୋଇଥିଲା । ତେଣୁ ନିଜକୁ ପଚାର ସେତେବେଳେ ଚୀନ ଓ ପାକିସ୍ତାନ ଦୂରରେ ଥିଲେ କି ବୋଲି ରାହୁଲଙ୍କୁ ପ୍ରଶ୍ନ ବାଣ ମାରିଛନ୍ତି ଏସ. ଜୟଶଙ୍କର ।

ବୁଧବାର ଲୋକସଭାରେ କଂଗ୍ରେସ ନେତା ରାହୁଲ କହିଥିଲେ ମୋଦି ସରକାରଙ୍କ ଭୁଲ ନୀତି ଯୋଗୁଁ ପାକିସ୍ତାନ ଓ ଚୀନକୁ ଏକାଠି ହୋଇଛନ୍ତି । ଏହାକୁ ଭାରତ ବିରୋଧରେ ଏକ ବଡ ଅପରାଧ ବୋଲି କହିଥିଲେ ରାହୁଲ । ସେ ଆହୁରି କହିଥିଲେ ଚୀନ ଯାହା ଚାହେଁ ସେ ଉପରେ ତାର ସ୍ପଷ୍ଟ ଦୂରଦୃଷ୍ଟି ରହିଛି । ଭାରତ ବୈଦେଶିକ ପଲିସିର ଏକମାତ୍ର ବଡ ରଣନୀତି ହେଲା ପାକିସ୍ତାନ ଓ ଚୀନକୁ ଅଲଗା କରିବା ହେଲେ ତୁମେ କଣ କଲ ତୁମେ ସେମାନଙ୍କୁ ଏକାଠି କରିଛ ବୋଲି କହିଛନ୍ତି ରାହୁଲ ।

ରାହୁଲ ଆହୁରି କହିଥିଲେ ନିଜକୁ ପଚାର ତୁମେ କାହିଁକି ଗଣତନ୍ତ୍ର ଦିବସରେ ଜଣେ ଅତିଥି ପାଇବାକୁ ସକ୍ଷମ ନୁହଁ । ବର୍ତ୍ତମାନ ଭାରତ ସମୂର୍ଣ୍ଣ ବିଛିର୍ଣ୍ଣ । ଶ୍ରୀଲଙ୍କା, ନେପାଳ,ବୁର୍ମା, ପାକିସ୍ତାନ, ଆଫଗାନିସ୍ତାନ ଓ ଚୀନ ଆମକୁ ଘେରି ରହିଛନ୍ତି । ଆମ ବିରୋଧୀ ଜାଣନ୍ତି ଆମ ସ୍ଥିତି କଣ ବୋଲି କହିଥିଲେ ରାହୁଲ ।

ରାହୁଲଙ୍କର ଏ ମନ୍ତବ୍ୟ ଉପରେ ମଧ୍ୟ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ । ଟ୍ବିଟ କରି ଜୟଶଙ୍କର କହିଛନ୍ତି ଲୋକସଭାରେ ରାହୁଲ କହିଲେ ଆମେ ଗଣତନ୍ତ୍ର ଦିବସରେ ବିଦେଶୀ ଅତିଥି ଆଣିପାରିଲୁ ନାହିଁ ଯିଏ ଭାରତରେ ବାସ କରୁଛନ୍ତି ସେମାନେ ଜାଣନ୍ତି ଆମେ କୋରୋନା ମହାମାରୀ ସ୍ଥିତିରେ ରହିଛୁ । ୫ କେନ୍ଦ୍ରୀୟ ଏସିଆନ ରାଷ୍ଟ୍ରପତି ଜାନୁଆରୀ ୨୭ରେ ଭର୍ଚୁଆଲ ସମିଟ କରିଥିଲେ ରାହୁଲ ଭୁଲି ଯାଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ଏସ ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details