ନୂଆଦିଲ୍ଲୀ: ଜାତିସଂଘ ମହାସଚିବ(Secretary-General)ଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଗୁରୁବାର UN ମହାସଚିବ ଆଣ୍ଟୋନିଓ ଗୁଟେରସ ଏବଂ ଜୟଶଙ୍କରଙ୍କ ମଧ୍ୟରେ ଭେଟଘାଟ ହୋଇଛି । ଦୁହେଁ ୟୁକ୍ରେନ ସଙ୍କଟ ସମେତ ବୈଶ୍ବିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି । ୟୁକ୍ରେନରେ ଋଷିଆ-ୟୁକ୍ରେନ ଯୁଦ୍ଧ ପରେ ଭୂ-ରାଜନୀତିକ ପରିବର୍ତ୍ତନ ମଧ୍ୟରେ ଏହି ବୈଠକ ବସିଛି ।
ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର - ଆଣ୍ଟୋନିଓ ଗୁଟେରସଙ୍କୁ ସାକ୍ଷାତ କଲେ ଜୟଶଙ୍କର
ଜାତିସଂଘ ମହାସଚିବ(Secretary-General)ଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିଶ୍ବରେ ୟୁକ୍ରେନ-ଋଷିଆ ଯୁଦ୍ଧର ପ୍ରଭାବ ସମ୍ପର୍କରେ ହେଲା ବିସ୍ତୃତ ଆଲୋଚନା । ଅଧିକ ପଢନ୍ତୁ

ଏନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି, ଜାତିସଂଘ ମହାସଚିବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ବିଶ୍ବରେ ୟୁକ୍ରେନ-ଋଷିଆ ଯୁଦ୍ଧର ପ୍ରଭାବ, ବିଶେଷକରି ଖାଦ୍ୟ ଏବଂ ଶକ୍ତି କ୍ଷେତ୍ର କିପରି ପ୍ରଭାବିତ ହୋଇଛି ସେନେଇ ଆଲୋଚନା କରିଛୁ । ଯୁଦ୍ଧର ପରିମାଣ ବିକାଶଶୀଳ ରାଷ୍ଟ୍ର ପାଇଁ ଗମ୍ଭୀର ଅଟେ । ବୈଠକରେ ଆଫଗାନିସ୍ତାନ ଏବଂ ମିଆଁମାରରେ ନବୀନତମ ବିକାଶ ସମ୍ପର୍କରେ ଜୟଶଙ୍କର କହିଛନ୍ତି । ବିଭିନ୍ନ ଆହ୍ବାନର ମୁକାବିଲା ପାଇଁ ଜାତିସଂଘ ଭାରତ ସହ ମିଶି କାମ କରିବା ଦିଗରେ ଆଗ୍ରହୀ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ବୁଧବାର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନ୍ୟୁୟର୍କ ଏବଂ ୱାସିଂଟନ ଗସ୍ତ କରିଥିଲେ । ୱାସିଂଟନରେ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ ସହ ୨+୨ ମନ୍ତ୍ରୀସ୍ତରୀୟ ବୈଠକ କରିଥିଲେ । ଏହି ମନ୍ତ୍ରୀସ୍ତରୀୟ ବୈଠକ ପରେ ପ୍ରକାଶିତ ମିଳିତ ବିବୃତ୍ତିରେ ଦୁଇ ଦେଶର ମନ୍ତ୍ରୀମାନେ ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ ଗୋଷ୍ଠୀ ସମେତ ଆଫଗାନିସ୍ତାନର ମାନବୀୟ ଅଧିକାରକୁ ସମ୍ମାନ ଦେବା ପାଇଁ ତାଲିବାନକୁ ଅନୁରୋଧ କରିଥିଲେ ।