ପାଣାଜୀ:ଗୋଆରେ ସଂଘର ସହଯୋଗ ସଂଗଠନ ସମ୍ମିଳନୀ ବା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି । ସମ୍ମିଳନୀରେ ପ୍ରାୟ 15ଟି ଗୁରୁତ୍ବପୂର୍ଣ୍ଣ ବୁଝାମୁଣା ଉପରେ ଆଲୋଚନା ହୋଇଛି । ଚଳିତ ବର୍ଷ ଭାରତ ଏସସିଓ ସଂଗଠନର ଅଧ୍ୟକ୍ଷତା କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ମିଳନୀରେ ନେତୃତ୍ବ ନେଇଛନ୍ତି । ଆତଙ୍କବାଦ ବିରୋଧୀ ରଣନୀତି ଓ ସହଯୋଗ, ବାଣିଜ୍ୟ ବ୍ୟବସାୟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ବୈଠକରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
ଉଠିଲା ଆତଙ୍କବାଦୀ ପ୍ରସଙ୍ଗ:ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପାକିସ୍ତାନ, ଚୀନ ସମେତ ସମସ୍ତ ସଦସ୍ୟ ଦେଶ ସାମ୍ନାରେ ଭାରତ ସୀମାରେ ଆତଙ୍କବାଦୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସଫା ସଫା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ସହ ଲଢିବାକୁ ହେବ । ଏବେ ସୁଦ୍ଧା ଆତଙ୍କବାଦୀକୁ ହରାଯାଇ ପାରିନାହିଁ । ଆତଙ୍କବାଦ ସହ ଆମର ମୁକାବିଲା ପ୍ରଥମ ପ୍ରାଥମିକତା । ସୀମାରୁ ଆତଙ୍କବାଦ ବନ୍ଦ ହେବା ଦରକାର ।
ଏସ ଜୟଶଙ୍କର ଆହୁରି କହିଛନ୍ତି,'' ଆତଙ୍କବାଦ ଏକ ବିପଦ । ଏହା ବନ୍ଦ ଦେବା ଦରକାର । ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କରାଯାଉ । ସୀମାରୁ ଆତଙ୍କବାଦ ବନ୍ଦ ହେବା ନାଁ ନେଉନାହିଁ । ଆତଙ୍କବାଦର ମୁକାବିଲା କରିବା ଏସସିଓର ମୂଳ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ । ଯେବେ ବିଶ୍ବ କୋଭିଡ ସହ ଲଢୁଥିଲା ଆତଙ୍କବାଦର ବିପଦ ମଧ୍ୟ ରହିଥିଲା ଏଥିରେ ସୀମା ପାର ଆତଙ୍କବାଦୀ ସାମିଲ ଥିବା ପାକିସ୍ତାନ ନାଁ ନନେଇ ଏହା କହିଛନ୍ତି ଏସ. ଜୟଶଙ୍କର ।
ଏହା ବି ପଢନ୍ତୁ...ମାଟ୍ରିକ ପରୀକ୍ଷା ବେଳେ ସ୍କୁଲରେ ଗୁଳିକାଣ୍ଡ, ୮ ଶିକ୍ଷକ ମୃତ