ଓଡିଶା

odisha

ETV Bharat / bharat

Ukrainian War: ସଂସଦରେ ଜୟଶଙ୍କରଙ୍କ ବିବୃୃତ୍ତି, କହିଲେ ଭାରତ ସର୍ବଦା ଶାନ୍ତି ପକ୍ଷ ଚାହେଁ - ୟୁକ୍ରେନ ଯୁଦ୍ଧକୁ ନେଇ ଜୟଶଙ୍କରଙ୍କ ବିବୃୃତ୍ତି

ୟୁକ୍ରେନ ଉପରେ ଜାରି ରହିଛି ଋଷର ତାଣ୍ଡବ । 42 ଦିନରେ ପହଞ୍ଚିଲାଣି ଯୁଦ୍ଧ । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

EAM Dr S Jaishankar
EAM Dr S Jaishankar

By

Published : Apr 6, 2022, 4:21 PM IST

ନୂଆଦିଲ୍ଲୀ:ୟୁକ୍ରେନ ଉପରେ ଜାରି ରହିଛି ଋଷର ତାଣ୍ଡବ । 42 ଦିନରେ ପହଞ୍ଚିଲାଣି ଯୁଦ୍ଧ । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଲୋକସଭାରେ ସେ କହିଛନ୍ତି, ୟୁକ୍ରେନର ବୁଚାରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି । ଏଥିସହ ଆମେ ନିରପେକ୍ଷ ତଦନ୍ତକୁ ସମର୍ଥନ କରିଥିବା କହିଛନ୍ତି ଜୟଶଙ୍କର ।

ସେ ଆହୁରି କହିଛନ୍ତି, ଭାରତ ସବୁବେଳେ ଋଷ ଓ ୟୁକ୍ରେନ ଆଲୋଚନା ଦ୍ବାରା ବିବାଦର ସମାଧାନ କରିବା ସପକ୍ଷରେ ମତ ରଖିଛି। ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଭାରତ ଶାନ୍ତିର ପକ୍ଷ ବାଛିଛି । ଆମେ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛୁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଟି ଦେଶ ନିଜ ଲୋକଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ନୀତି ଗ୍ରହଣ କରନ୍ତି । ଭାରତରେ ରହୁଥିବା ଲୋକମାନେ ଯେମିତି ଅତରିକ୍ତ ସମସ୍ୟାରେ ନ ପଡ଼ିବେ, ତାକୁ ନିଶ୍ଚିତ କରିଯାଇଥିବା କହିଛନ୍ତି ଜୟଶଙ୍କର ।

ଭାରତକୁ ଯଦି କୌଣସି ପକ୍ଷ ବାଛିବାର ଅଛି ତେବେ ତାହା ଶାନ୍ତି। ଭାରତ ସବୁବେଳେ ହିଂସା ବନ୍ଦ କରିବା ସପକ୍ଷରେ ରହିଛି। ଆମେ ଆରମ୍ଭରୁ ଏପରି ଆଭିମୁଖ୍ୟ ଗ୍ରହଣ କରିଛୁ ବୋଲି ବିବୃତ୍ତିରେ କହିଛନ୍ତି ଜୟଶଙ୍କର । କୌଣସି ବିବାଦର ସମାଧାନ କେବେ ହେଲେ ରକ୍ତାକ୍ତ ସଂଘର୍ଷ କିମ୍ବା ନିରୀହ ଲୋକଙ୍କ ଜୀବନ ବଳରେ ହୋଇପାରିବ ନାହିଁ। ତେଣୁ ଭାରତ ସବୁବେଳେ ଆଲୋଚନା ଦ୍ବାରା ବିବାଦର ସମାଧାନ ପାଇଁ କହି ଆସୁଥିବା କହିଛନ୍ତି ଜୟଶଙ୍କର ।

ଆମେ ହଙ୍ଗେରୀ, ରୋମାନିଆ, ଚେକ୍ ରିପବ୍ଲିକ୍, କାଜାଖସ୍ତାନ ଏବଂ ପୋଲାଣ୍ଡ ସହିତ ଯୋଗାଯୋଗରେ ରହିଛୁ । ଛାତ୍ରମାନଙ୍କ ପାଇଁ ଶିକ୍ଷା ଜାରି ରଖିବା ବିଷୟରେ ଆଲୋଚନା କରିଛୁ । କାରଣ ସେମାନଙ୍କର ଶିକ୍ଷାର ସମାନ ମଡେଲ ରହିଥିବା ଲୋକସଭାରେ କହିଛନ୍ତି ବୈଦେଶିକମନ୍ତ୍ରୀ ଜୟଶଙ୍କର ।

@ANI

ABOUT THE AUTHOR

...view details