ଓଡିଶା

odisha

ETV Bharat / bharat

ବିହାରରୁ ଧରାପଡ଼ିଲା ଗୁପ୍ତଚର ଇଗଲ - ଉଦ୍ଧାର ହେଲା ଗୁପ୍ତଚର ଇଗଲ

ବିହାରର ଦରଭଙ୍ଗା ଜିଲ୍ଲାରୁ ଉଦ୍ଧାର ହେଲା ଗୁପ୍ତଚର ଇଗଲ । ତାର ଶରୀରରେ ଡିଭାଇସ ଲାଗିବା ସହ ପାଦରେ ରିଙ୍ଗ ଲାଗିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Eagle Found With Electronic Device On Body in Darbhanga
ବିହାରରୁ ଧରାପଡ଼ିଲା ଗୁପ୍ତଚର ଇଗଲ

By

Published : Nov 15, 2022, 2:15 PM IST

ପାଟନା: ବିହାରର ଦରଭଙ୍ଗା ଜିଲ୍ଲାର ଏକ କ୍ଷେତରୁ ସନ୍ଦିଗ୍ଧ ଛଞ୍ଚାଣ (ଇଗଲ) ଧରାପଡ଼ିଛି । ଇଗଲ ଶରୀରେ ଏକ କ୍ୟାମେରା ଭଳି ଡିଭାଇସ ଲାଗିଥିବା ଦେଖିବାକୁ ମିଳିଛି । ତାର ପାଦରେ ଏକ ରିଙ୍ଗ ବନ୍ଧା ହୋଇ ସେଥିରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି । ସନ୍ଦିଗ୍ଧ ଇଗଲକୁ ଦେଖି ଗ୍ରାମବାସୀ ବହେଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଉଚ୍ଚ ଅଧିକାରୀ ଏବଂ ବନ ବିଭାଗକୁ ସୂଚନା ଦେଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ରବିବାର ଦରଭଙ୍ଗା ଜିଲ୍ଲା ବହେଡା ଥାନା ଅନ୍ତର୍ଗତ ହାବିଭୌଆଡ ଗ୍ରାମର କ୍ଷେତରେ ହଠାତ ଏକ ଇଗଲ ଖସି ପଡ଼ିଥିଲା । ଶାଗୁଣାକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ତାର ଶରୀରରେ କ୍ୟାମେରା ଭଳି ଏକ ଡିଭାଇସ ଲାଗିଥିବାବେଳେ ଗୋଡ଼ରେ ରିଙ୍ଗ ଲାଗିଥିଲା । ଯେଉଁଥିରେ କିଛି ଲେଖାହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ କେହି ଜଣେ ସନ୍ଦିଗ୍ଧ ଇଗଲ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଇଗଲ ଶରୀରରେ ଲାଗିଥିବା ଡିଭାଇସର ଯାଞ୍ଚ କରିଥିଲା । ଏଥିସହ ଉଚ୍ଚ ଅଧିକାରୀ ଏବଂ ବନ ବିଭାଗକୁ ଅବଗତ କରାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଜଙ୍ଗଲରେ ଚେତାଶୂନ୍ୟ ହୋଇଗଲେ ମାଲିକ, ଜୀବନ ବଞ୍ଚାଇଲା ପୋଷା କୁକୁର

କିଛି ଦିନ ହେବ ଇଗଲଟି ଗଛରେ ବୁଲୁଥିବା ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ପୋଲିସ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛି । ତେବେ ତାର ଶରୀରରେ କେଉଁ ପ୍ରକାର ଡିଭାଇସ ଲାଗିଛି ଏବଂ କିଏ ଲଗାଇଛି ସେନେଇ ତଦନ୍ତ ଜାରି ରହିଛି । ତେବେ ଏହା ଏକ ଗୁପ୍ତଚର ପକ୍ଷୀ ହୋଇଥିବା ସନ୍ଦେହ କରାଯାଉଛି । ଇଗଲଟି ନେପାଳ କିମ୍ବା ପାକିସ୍ତାନରୁ ଆସିଥାଇପାରେ । ଅଥବା ଭାରତର ହୋଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details