ଓଡିଶା

odisha

ETV Bharat / bharat

ଫୁଲ ଆବର୍ଜନାରୁ ସୁବାଷିତ ଧୂପ-ସାବୁନ ତିଆରି କରି ଚର୍ଚ୍ଚାରେ ଗ୍ରୀନ ୱେଭସ - 3mp pkg

ମନ୍ଦିରରେ , ବିଭିନ୍ନ ସମାରୋହରୁ ବାହାରୁଥିବା କୁଢ କୁଢ ଫୁଲର ସଦୁପଯୋଗ କରୁଛି ଗ୍ରୀନ ୱେଭସ ଏନଭରମେଣ୍ଟାଲ ସଲ୍ୟୁସନ୍ସ’ । ଗ୍ରୀନ ୱେଭସ ଗ୍ରୁପ ଶୁଖିଲା ଫୁଲ ବ୍ୟବହାର କରି ସୁଗନ୍ଧିତ ଧୂପ-ଅଗରବତି ଓ ଅନ୍ୟ ଉତ୍ପାଦ ସବୁ ତିଆରି କରୁଛି ।

ଆବର୍ଜନାରୁ ସର୍ଜନା
ଆବର୍ଜନାରୁ ସର୍ଜନା

By

Published : Dec 7, 2020, 5:36 PM IST

ବିଶାଖାପଟନମ: ମନ୍ଦିରରେ ପୂଜା-ବିଦ୍ଧି ପାଇଁ ବ୍ୟବହୃତ ଫୁଲ ହେଉ କି ସାଜସଜା ପାଇଁ ଲାଗୁଥିବା ଫୁଲ । ଶେଷରେ ସବୁ ଯାଇଥାଏ ଆର୍ବଜନା ଗାଦିକୁ । ହେଲେ ଏସବୁ ଦେଖିଲା ପରେ ବିଶାଖାପାଟନାମର ଏକ ଯୁବଗୋଷ୍ଠୀ ଆପଣାଇଛି ରିସାଇକେଲ ଉପାୟ। ଯେପରି ଏସବୁ ଆର୍ବଜନାକୁ ପୁଣି ଥରେ ପ୍ରୋସେସିଂ କରି ବ୍ୟବହାର କ୍ଷମ କରାଯାଇପାରିବ । ଖାସ ଏଇଥିପାଇଁ ଏହି ଯୁବଗୋଷ୍ଠୀ ‘ଗ୍ରୀନ ୱେଭସ ଏନଭରମେଣ୍ଟାଲ ସଲ୍ୟୁସନ୍ସ’ Green Waves Environmental Solutions’ ନାମକ ଏକ ସଙ୍ଗଠନ ଗଠନ କରି ନିଜ ବିଚାର ଓ ଆଇଡିଆକୁ କରିଛନ୍ତି କାର୍ଯ୍ୟକାରୀ ।

ଆବର୍ଜନାରୁ ସର୍ଜନା

ଗ୍ରୀନ ୱେଭସ ଗ୍ରୁପ ଶୁଖିଲା ଫୁଲ ବ୍ୟବହାର କରି ସୁଗନ୍ଧିତ ଧୂପ-ଅଗରବତି ଓ ଅନ୍ୟ ଉତ୍ପାଦ ସବୁ ତିଆରି କରୁଛି । ଇଲୋକ୍ଟ୍ରୋନିକ ବର୍ଜ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ପୃଥକ କରିବା କଳ୍ପନା ସହ ଗ୍ରୀନ ୱେଭ ପ୍ରତିଷ୍ଠା ହୋଇଛି । ପରିବେଶ ଅନୁକୂଳ ହେବା ଉଦ୍ଦେଶ୍ୟରେ, ସେମାନେ ଶୂନ୍ୟ ବର୍ଜ୍ୟବସ୍ତୁ ସିଦ୍ଧାନ୍ତକୁ ଲାଗୁ ପାଇଁ ସ୍ଥିର କଲେ । ଆଉ ଏଥିଲାଗି କିଛି ମନ୍ଦିର ସହ ମିଶି ନଡିଆ ଏବଂ ଶୁଖିଲା ଫୁଲ ସଂଗ୍ରହ କରାଯାଉଛି , ଆଉ ସେଥିରୁ ତିଆରି ହେଉଛି ପରିବେଶ ଉପଯୋଗୀ ସାମଗ୍ରୀ ।

ଏଠାରେ ତିଆରି ହେଉଥିବା ଉତ୍ପାଦ କେବେଳ ଜଳୁଥିବା ଧୂପ ଯାଏଁ ସୀମିତ ନୁହେଁ , ବରଂ ସୁଗନ୍ଧିତ ସାବୁନ ତିଆରି ମଧ୍ୟ କରାଯାଏ । ସେହିଭଳି ନଡିଆର ସଢେଇକୁ ବ୍ୟବହାର କରି ବାସନ ଓ ସାମଗ୍ରୀ ରଖିବା କଣ୍ଟେନର ପ୍ରସ୍ତୁତ ହୁଏ । ଫୁଲକୁ ଶୁଖାଯାଇଥାଏ । ଗଛର ପ୍ରତ୍ୟେକ ଭାଗକୁ ଆମେ ବ୍ୟବହାର କରିଥାଏ । ମଞ୍ଜି ଏବଂ ସାର ଅଲଗା କରିବା ପରେ ଅବଶିଷ୍ଟକୁ ଶତପ୍ରତିଶତ ବ୍ୟବହାର ପାଇଁ ରଖାଯାଏ ।

ଗ୍ରୀନ ୱେଭସର ଏହି ପ୍ରୟାସକୁ ବିଶାଖାପାଟନମ ନଗର ନିମର ଅଧିକାରୀ ପ୍ରୋତ୍ସାହିତ କରିଥାନ୍ତି । ଏଥିପାଇଁ ବଜାର, ମନ୍ଦିର ଓ ସମାରୋହରେ ସାଜସଜା ଆଦି ବିଭିନ୍ନ ସ୍ରୋତରୁ ଫୁଲର ଆବର୍ଜନାକୁ ଏକତ୍ର କରି ସଙ୍ଗଠନ ପାଖରେ ପହଞ୍ଚାଇବାକୁ ନିଗମ ପ୍ରଚେଷ୍ଠା ଜାରି ରଖିଛି ।

ସମାଜ ପ୍ରତି ଦାୟିତ୍ବକୁ ବୁଝି ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ସହ ସାମାଜିକ ଦାୟିତ୍ବ ଏବଂ ସୃଜନଶୀଳତା ସହ ଗ୍ରୀନ ୱେଭ୍ ଆଖପାଖ ଅଞ୍ଚଳରେ ମହିଳାଙ୍କୁ ଫୁଲ ବର୍ଜ୍ୟବସ୍ତୁରୁ ଧୂପ ତିଆରି ପାଇଁ ତାଲିମ ଦେଉଛି । ତେବେ କୌଣସି ମେସିନ କିମ୍ବା ଉପକରଣ ବିନା ଏହାକୁ ମାନୁଆଲ ଭାବେ କରିବା ସମ୍ଭବ, ଏଣୁ କୁଟୀର-ଶିଳ୍ପ ଯୋଜନା ଅଧୀନରେ ଏହି ଗତିବିଧିକୁ ପ୍ରୋତ୍ସାହିତ କରାଯିବା ଉଚିତ । ଯାହା ଦ୍ବାରା ଭଲ ରୋଜଗାର ମଧ୍ୟ ମିଳିବ ।

ବାସ୍ତବରେ,ପରିବେଶ ସହ ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ଅହରହ ଚିନ୍ତା କରୁଥିବା ଏହି ଗ୍ରୁପ ସଦସ୍ୟ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details