ଓଡିଶା

odisha

By ETV Bharat Odisha Team

Published : Sep 4, 2023, 6:36 AM IST

ETV Bharat / bharat

ଆଶ୍ରୟ ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା, ଦିଲ୍ଲୀ ପୋଲିସକୁ ନୋଟିସ ଜାରି କଲା ମହିଳା କମିଶନ

ଦିଲ୍ଲୀରେ ଏକ ଘରୋଇ ଆଶ୍ରୟ ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ମାମଲାର ତଦନ୍ତ ନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କଲା ମହିଳା କମିଶନ । ଅଧିକ ପଢ଼ନ୍ତୁ

sexual assault of minor at shelter home
ଘରୋଇ ଆଶ୍ରୟ ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ:ଘରୋଇ ଆଶ୍ରୟ ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା । ରାଜଧାନୀ ଦିଲ୍ଲୀରେ ଥିବା ଏକ ଘରୋଇ ଆଶ୍ରୟ ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଦିଲ୍ଲୀ ମହିଳା କମିଶନ ନିକଟରେ ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ଲାଗି ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ, କାରରେ ଘୋଷାଡିନେଲା ମଦ୍ୟପ ଡ୍ରାଇଭର

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ X ଯୋଗେ ସୂଚନା ଦେଇ କହିଛନ୍ତି, ଗତ ୨ ତାରିଖ ତାରିରେ ଦିଲ୍ଲୀ ମହିଳା କମିଶନର ହେଲ୍ପଲାଇନ ନମ୍ବର ୧୮୧କୁ ଏକ ଫୋନ କଲ ଆସିଥିଲା ଏବଂ କୁହାଗଲା ଯେ, ଦିଲ୍ଲୀର ଏକ ଘରୋଇ ଆଶ୍ରୟ ଗୃହରେ ଜଣେ ନାବାଳକଙ୍କୁ ସେଠାରେ ରହୁଥିବା ଅନ୍ୟ ଜଣେ ବାଳକ ଯୌନ ନିର୍ଯାତନା ଦେଉଛନ୍ତି । ଏହି ସୂଚନା ପାଇବା ପରେ ଦିଲ୍ଲୀ ମହିଳା କମିଶନ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ଏଥିସହ ପୀଡ଼ିତ ନାବାଳକଙ୍କୁ ଭେଟିଥିଲେ । ଏହି ଅଭିଯୋଗ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି । ଘଟଣା ନେଇ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନୋଟିସ ଜାରି ହୋଇଥିବା ସ୍ବାତୀ ମାଲିୱାଲ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:12 ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ 6 ମାସରେ ଫାଶୀଖୁଣ୍ଟରେ ଝୁଲାଇବାକୁ ଦାବି

ଏହା ମଧ୍ୟ ପଢ଼ନ୍ତୁ:ପିତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ସ୍ବାତୀଙ୍କ ନାର୍କୋ ଟେଷ୍ଟ ଦାବି କଲେ ପୂର୍ବତନ ସ୍ବାମୀ

DCWରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତ ନାବାଳକଙ୍କ ମାଆଙ୍କ ମୃତ୍ୟୁ ଏବଂ ବାପାଙ୍କ ଦ୍ବିତୀୟ ବିବାହ ପରେ ଗତ କିଛି ବର୍ଷ ହେବ ସେ ଉକ୍ତ ଆଶ୍ରୟ ଗୃହରେ ରହି ଆସୁଥିଲେ । ନାବାଳକ କହିଛନ୍ତି ଯେ, ଗତ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ସମୟରେ ସେ ୱାସରୁମ ଯିବା ସମୟରେ ଜଣେ ବାଳକ ତାଙ୍କ ସହ ଅସଦାଚରଣ କରିଥିଲେ । ଏହି ଘଟଣା ସମ୍ପର୍କରେ ସେ ଆଶ୍ରୟ ଗୃହ ମ୍ୟାନେଜରଙ୍କୁ ଜଣାଇଥିଲେ । କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନଥିବା ନାବାଳକ କହିଛନ୍ତି । ଏହାପରେ ଦିଲ୍ଲୀ ମହିଳା କମିଶନକୁ ଏ ବିଷୟରେ ସୂଚନା ଦିଆଗଲା । DCW ଏହାର ତଦନ୍ତ ନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିବା ବେଳେ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଏହି ମାମଲା ସହ ଜଡ଼ିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ।

ABOUT THE AUTHOR

...view details